STORYMIRROR

rasmi maye pati

Others

3  

rasmi maye pati

Others

ପ୍ରଶଂସା

ପ୍ରଶଂସା

1 min
465

ଛୋଟ ଏକ ଶବ୍ଦ ସିନା 

ଭୂମିକା ଗୁରୁତ୍ୱ

ଶତ୍ରୁ ଠାରୁ ମିତ୍ର କୁ ସେ 

କରଇ ପୃଥକ୍


ମୁହଁ ଆଗେ ପ୍ରଶଂସା ଯେ

 କରଇ ବହୁତ 

ସେ ପ୍ରଶଂସା ନୁହେଁ କେବେ

 ଅନ୍ତରରୁ ସତ 


ଆଗରେ ଭୁଲ ସୁଧାରି

 ପଛରେ ପ୍ରଶଂସା

ଜାଣି ରଖ ସିଏ 

ବନ୍ଧୁତ୍ୱର ପରିଭାଷା


ଶତ୍ରୁ ଯଦି କେବେ ତୁମ 

 ଆଗରେ ପ୍ରଶଂସେ

ମନେ ରଖ ନିଶ୍ଚେ ସିଏ

  ଷଡ଼ଯନ୍ତ୍ର ରଚେ


ସେ ବନ୍ଧୁ କଥାରେ କେବେ

  ନ ହୁଅ ଉଲ୍ଲାସ

ଶୁଣିବା ପୂର୍ବରୁ ଥରେ

  ପଚାର ବିବେକ


ପ୍ରକୃତ ପ୍ରଶଂସା ଯୋଗ୍ୟ ଯେ

ମାନବ ଗଣ

ପ୍ରଭୁଙ୍କର ପ୍ରିୟ ସେହି 

ତା ଯଶ ଅମ୍ଳାନ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍