STORYMIRROR

Sanuja Meghamala

Others

4  

Sanuja Meghamala

Others

ପ୍ରଶ୍ନ ବାଚୀ ?

ପ୍ରଶ୍ନ ବାଚୀ ?

1 min
343


ଶୁନଶାନ୍ ନିଝୁମ ରାତିର

ନୀରବ ମୁହୂର୍ତ୍ତରେ

ସାରା ଦୁନିଆ ଚେତା ଶୂନ୍ୟ

ହୋଇ ଘୂମେଇ ପଡ଼ିଲା ବେଳେ

ଘଣ୍ଟାର ଟିକ୍ ଟିକ ଶବ୍ଦ

ସମୟ ସହିତ ତାଳ ଦେଇ

ପ୍ରତିଧ୍ୱନୀ ସୃଷ୍ଟି କରେ

ମୋ ଛାତି ତଳେ ।

ରହି ରହି ଦଲକାଏ

ଉଷ୍ମ ପବନ ବହିଯାଏ

ନାକ ପୁଡ଼ା କୁ ଫୁଲେଇ

ଯେମିତି ନିଆଁ ହୁଳା ଜଳୁଛି

ଅଗି ପୁନେଇ ରାତିରେ।

ସେ ନିଆଁ ରେ ପୋଡ଼ି ପାଉଁଶ ହୁଏ

ଯେତେ ଯେତେ ସ୍ଵପ୍ନ ଓ କଳ୍ପନା ,

ବାସ୍ତବତା ଆଖି ଠାର ମାରେ

ବିରାଟ ବପୁ ବିସ୍ତାରି।

ମୁଁ ଏକ ଭଗ୍ନ ଶୀଳା

ଶିଳ୍ପୀର ନିହାଣ ମୁନରେ

ରୂପ ନିଏ,

ନିଜେ ପାଏ ନାହିଁ

ନିଜ ପରିଚୟ ।

ଖୋଜି ବୁଲେ ନିଜକୁ

ଆଉ କାହା ଛାତି ତଳେ

କବିତା ଭଳି ଝରି ଯିବାକୁ ।

ଅବା ମନଖୋଲା

ଗପଟିଏ ହୋଇ ବଖାଣି ବାକୁ

କିଛି ମନଛୁଆଁ

ଅଭୁଲା ମୂହୁର୍ତ୍ତ ।

କେମିତି ବୁଝେଇ ପାରିବି

ନିଜକୁ ମୁଁ ନିଜେ

ଜୀବନ ଗଣିତ ସବୁ

ଧାରା ହଜେଇ ଦିଅନ୍ତି

ସମାଧାନ କରି ହୁଏନି

ଅନେକ ସରଳ ପୁଣି ଜଟିଳ

ପ୍ରଶ୍ନ,ଖାଲି ପ୍ରଶ୍ନ!

ମୁଁ କିଏ?

କଣ ଚାହେଁ?

କାହିଁକି? କିପରି?

ଏମିତି କେତେ !କେତେ

ଅସମାଧିତ ଅଡ଼ୁଆ ପ୍ରଶ୍ନ

ପ୍ରଶ୍ନବାଚୀ ? ସୃଷ୍ଟି କରେ

ମନ ତଳେ ରହି ରହି

ପୁଣି ମିଳେଇ ଯାଏ

ପାଣିଫୋଟକା ପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍