ପ୍ରଶ୍ନ ଆସେ ଏ କି ସ୍ଵାଧୀନତା ?
ପ୍ରଶ୍ନ ଆସେ ଏ କି ସ୍ଵାଧୀନତା ?
ଗରିବ ମା ଥରୁଚି ଜ୍ୱରରେ,
ଔଷଧ ଟିକିଏ ନାହିିଁ,
ପଇସା ପାଖରେ ନାହିଁ,
ବାପ ଛେଉଣ୍ଡ ନାବାଳିକା
ଏକ ମାତ୍ର ଝିଅ ଭାବୁଛି
ଜରି ଗୋଟେଇବାକୁ ଯିବ,
ତାହା ବିକି କିଛି ପଇସା ବାହାରିବ,
ମା ର ଔଷଧ ଯୋଗାଇବ,
କିଛି ପଇସା ବଳିଲେ ପେଟ ଅଧା ପୁରାଇବ,
ଯାଇ ପାରିବ କି ପରେଡ଼୍ ପଡ଼ିଆ ?
ପ୍ରଶ୍ନ ଆସେ ଏ କି ସ୍ଵାଧୀନତା ?
ନାବାଳିକା ହୋଇଛି ଧର୍ଷଣର ଶୀକାର,
ଭାବେ ଥାନାକୁ ଯିବ,
ନିଜ ଦୁଃଖ କଥା ଜଣାଇବ,
ସି. ଆର. ପି.ସି.ର 154 ଧାରା
ଅଧିକାର ଦେଇ ଅଛି ପରା,
ମନରେ ଆସେ ଥାନାଦାର କଅଣ
ତା କଥା ଶୁଣିବ ?
ପଇସା ତ ପାଖେ ନାହିଁ,
ଥାନାବାଡି ଧରି ତାକୁ ଗୋଡାଇବେ
ପ୍ରଶ୍ନ ଆସେ ଏ କି ସ୍ଵାଧୀନତା ?
ବ୍ୟାଂକରୁ ଚାଷ ପାଇଁ ରୁଣ ନେଇଥିଲା,
ଏ ବରଷ ବର୍ଷାର ଅଭାବେ
ରୁଣ ପରିଶୋଧ କରି ପାରିବନି,
ରୁଣଭାର ବୃଦ୍ଧି ହୋଇଯିବ,
ତାହା ପରିଶୋଧ କାଳେ କରି ନପାରିବ,
ପୁଂଜିପତି ମାନେ କୋଟି କୋଟି ଟଂକା ଠକି
ନେଇ ପଳାଇଲେ,
କିନ୍ତୁ ଗରିବ ମାଇପ ସମସ୍ତଂକ ଶାଳୀ
ବ୍ୟାଂକବାଲା କୋରକ କରିବେ,
ଆତ୍ମହତ୍ୟା ତାହାର ଏକ ମାତ୍ର ପଥ
ପ୍ରଶ୍ନ ଆସେ ଏ କି ସ୍ଵାଧୀନତା ?
ହୁଏ ଦୁର୍ନୀତିର ରାଜନୀତି,
ଡ୍ରାମାବାଜି ଭୋଅଟର ଗତି,
ଘୋଡା ଦେବି ହାତୀ ଦେବି
ମୋ ପେଁକାଳି ବାଜେରେ,
ଭୋଅଟ ପାଇ ରାଜଗାଦୀରେ,
ତାପରେ ଖାଲି କରେ ଦୁର୍ନୀତି,
ତ୍ୟାଗକରି ସମସ୍ତ ସଂସ୍କୃତି,
ପୁଂଜିପତିର କରେ ଓକିଲାତି
ପ୍ରଶ୍ନ ଆସେ ଏ କି ସ୍ଵାଧୀନତା ?
ଶିକ୍ଷିତ ହୋଇଛନ୍ତି ଯିଏ,
ଆଖି ଥାଇ ଅନ୍ଧ,
କାନ ଥାଇ ବଧିର,
ପାଟି ଥାଇ ମୁକ,
ଗାନ୍ଧୀ କଥା ମାନିଛନ୍ତି ପରା
ସମାଜସେବୀ ଭାବନ୍ତି ଏହା
ରାଜନୀତି ପରା,
ଭୋଅଟରେ
ରାଜନୈତିକ ଦଳକୁ ସମର୍ଥନ,
ସମ୍ପ୍ରଦାୟ ଭିତରେ ବିଭେଦ ସୃଷ୍ଟି,
ରାଜନୀତି ନୁହେଁ ପରା
ପ୍ରଶ୍ନ ଆସେ ଏ କି ସ୍ଵାଧୀନତା ?
ହତ୍ୟା, ଅନ୍ୟାୟ, ଅତ୍ୟାଚାର
ସପକ୍ଷରେ ଓକିଲାତି,
ନୁହେଁ ବାଚାଳତା
କାହିଗଲା ମାନବିକତା
ଏ କି ସ୍ଵାଧୀନତା ? ।
ଜାତି ଧର୍ମ ଭେଦ ନାହିଁ ସମ୍ବିଧାନରେ,
ଏକତା ରଜ୍ଜୁରେ ବନ୍ଧା ପରା ଆମେରେ,
ସ୍ଲୋଗାନ ହାତରେ ମିଶାଇ ହାତ
ସବକା ପରା ହିନ୍ଦୁସ୍ଥାନ ଭାରତ,
କରିବା ଶାସନ ଗଣତନ୍ତ୍ର ସମସ୍ତଂକ ପାଇଁ,
ପୁଂଜିପତି ଗରିବ ସାନ ବଡ ନାହିଁ,
ନ ରଖିବା ଭେଦ ଭାବ କାହା ପାଇଁ,
ଗଢ଼ିଵା ଭାରତକୁ ସାମାଜିକ ନ୍ୟାୟ ହାସଲ ପାଇଁ,
ସବୁ କିଛି ଅଛି ସମ୍ବିଧାନର ଧାରା, ବହି ଭିତରେ
ତେଣୁ ପ୍ରଶ୍ନ ଆସେ ଏ କି ସ୍ଵାଧୀନତାରେ ?
ଏହି ମୋ ଭାରତ ବର୍ଷ ?