STORYMIRROR

ବି. ନିରୁପମା

Children Stories Action

3  

ବି. ନିରୁପମା

Children Stories Action

ପଡ଼ିଗଲି ଦୁଲକରି

ପଡ଼ିଗଲି ଦୁଲକରି

1 min
254

ଇଲୋ ମୋ ବୋଉ ଲୋ, ଗଲି ମୁଁ ପଡ଼ି

କେଡ଼ୁଟେ ଖଣ୍ଡିଆ ହୋଇଛି ଛିଡ଼ି

ହେଉଅଛି ଭାରି କଷ୍ଟ

ଥାକରୁ ଆଚାର ଚୋରି କରୁ କରୁ

ଡବା ଗଡ଼ି ହେଲା ନଷ୍ଟ ।



ବୋଉ କହିଥିଲା ଆକଟ କରି

ଏ ଖଟାରେ ଅମ୍ଳ ରହିଛି ଭରି

କହିଛନ୍ତି ଡାକତର

ଖାଇବୁନି ଜମା ଲୁଚାଇ ତୁ 'ଲୁନା'

ଖରାପ ହେବ ଶରୀର ।


କିଛି ଦିନ ତଳେ କାଟିଲା ପେଟ

ବାପା ନେଇଗଲେ ଡାକ୍ତର ପାଖ

ଖାଇଥିଲି ଅଉଷଧ

ମନାକରି ସିଏ କହିଥିଲେ ମୋତେ

ଖାଇବୁନି ଖଟା ଚିଜ ।


ମାମୁନି, ପାପୁନୁ ଆଚାର ଖାଇ

ଟାକରା ଫୁଟାଇ ଆସିଲେ ଧାଇଁ

ତେଣୁ ଇଚ୍ଛା ହେଲା ଭାରି

ଷ୍ଟୁଉଲରେ ଚଢ଼ି ଥାକରୁ କାଢ଼ିଲି

ପଡ଼ିଗଲି ଦୁଲକରି ।



ମୋ ଭଲ ପାଇଁକି କହିଛି ବୋଉ

କରିବିନି ଭୁଲ ଏମିତି ଆଉ

ମନା ହୋଇଛି ଯା' ମୋତେ

ଲୋଭକରି ଜମା ଖାଇବି ନାହିଁ ମୁଁ

ଭୋଗିବିନି କଷ୍ଟ ଏତେ ।।


Rate this content
Log in