STORYMIRROR

Alhadini Panigrahi dash

Others

4  

Alhadini Panigrahi dash

Others

ପ୍ରଣତି ଘେନ

ପ୍ରଣତି ଘେନ

1 min
428

ହେ ପ୍ରକ୍ରୁତିପ୍ରେମୀ କବି ଗଙ୍ଗାଧର

ବରପାଲି ଗ୍ରାମେ ଯେବେ ଜନ୍ମନେଲ

ଶ୍ରାବଣୀ ମେଘ କୁ କହେ ପୂର୍ଣ୍ଣ ଚନ୍ଦ୍ର

ବାଟ ଛାଡ ତାକୁ କରେ ଟିକେ ଗେଲ ାାାାାା୧ାାା


କରି ପାରିଲାନି ଦୀନତା ଦମନ

ତେଜୋଦୀପ୍ତ ତୁମ୍ଭ ଅଗାଧ ପାଣ୍ଡିତ୍ୟ

ସାହିତ୍ୟ ଆକାଶେ ହିରଣ୍ମୟ ତେଜେ

ଉଦ୍ଭାସିତ ହେଲ ଯେସନେ ଆଦିତ୍ୟ ାାା୨ାାା


ତୁମରି ଲେଖନୀ ସ୍ପରଶ ରେ ପରା

ଶିଶିର ପାଲଟେ ମୂଲ୍ୟବାନ ମୁକ୍ତା

ଉଷା, ଯୋଶା, ଚଷା, ଭାଷା, ବନ,ଲତା

ସଭିଏ ଗାଆନ୍ତି ଜୀବନର ଗାଥା ାାା୩ାା


ଶିଳ୍ପୀ ଥିଲ ତୁମ୍ଭେ ବୟନ କଳା ରେ

କୌଳିକ କଳା କୁ କରି ଆପଣାର

ସ୍ରଷ୍ଟା ସାଜି ପୁଣି ଓଡିଆ ସାହିତ୍ୟେ

ଦେଇଗଲ କେତେ କାବ୍ୟ ଉପହାର ାାା୪ାାା


ପ୍ରଣୟ ବଲ୍ଲରୀ, କାବ୍ୟ ତପସ୍ବିନୀ

କିଚକ ବଧ,ପଦ୍ମିନୀ, ଇନ୍ଦୁମତୀ

ବିଭୂ ପ୍ରେମେ ପୁଣି ଭକ୍ତି ଫୁଲ ଗୁନ୍ଥି

ମଧୂ ମୟ ବିଶ୍ବେ ବାଢ ଅର୍ଘ୍ୟ ଥାଳି ାାାାାା୫ାାା


ଭାରତୀ ଭାବନା ଆଦି କାବ୍ୟ କ୍ରୁତୀ

ଯୁଗେ ଯୁଗେ ଗାଉଥିବେ ତୁମ୍ଭ କିର୍ତ୍ତୀ

ହେ ସ୍ବଭାବ କବି ତୁମ୍ଭ ଗୁଣାବଳୀ

ବର୍ଣ୍ଣି କି ପାରିବି ମୁଁ ଛାର ଗ୍ରୁହିଣୀ ାାା୬ାା


ପଂଚଭୁତେ ଗଢା ଏ ପଞୁରୀ ଛାଡି

ଆତ୍ମା ପକ୍ଷୀ ତୁମ୍ଭ ଯେବେ ଗଲା ଉଡି

ଉତ୍କଳ ଜନନୀ କାନ୍ଦିଲା ବାହୁନି

ନିର୍ମଳ ଆକାଶୁ ଜହ୍ନ ଗଲା ହଜି ାାାାାା୭ାା


ନଶ୍ବର ଶରୀର ସିନା ହୋଇଲା ପାଉଁଶ

କୋଟି ଓଡିଆ ଙ୍କ ହୃଦେ କରୁଅଛ ବାସ

ଅମୃତ ସାଗର ବିନ୍ଦୁ ଯେଣୁ ଅଟ ତୁମ୍ଭେ

ମୃତ୍ୟୁ କି ଦମ୍ଭ ?ତୁମ୍ଭେ କରିବ ବିନାଶ ୮ାା


ଆହେ କାଳଜୟୀ, ହେ ଅବିନଶ୍ବର

ତୁମ୍ଭ ଜନ୍ମ ଦିନର ଏ ଛୋଟ ଉପହାର

ଅର୍ପଣ କରୁଛି ଘେନ ହେ କବି ମେହେର

ପ୍ରଣତି ଜଣାଏ ଦିଅ ଆଶୀର୍ବାଦ ତବ ାାା୯ାା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍