STORYMIRROR

Bidulata Sahoo

Others

3  

Bidulata Sahoo

Others

ପ୍ରଣାମ ଗୁରୁ

ପ୍ରଣାମ ଗୁରୁ

1 min
145

ସଂସ୍କୃତି ସମ୍ପନ୍ନ ଭାରତ ଭୂମିରେ ଗୁରୁପୂଜା ପ୍ରଥା ବହୁପ୍ରାଚୀନ

ପୁରାଣ ପୃଷ୍ଠାକୁ ଓଲଟାଇ ଦେଲେ ପାଇଯିବା ବହୁ ଉଦାହରଣ

ସ୍ୱୟଂଭଗବାନ ହେଲେହେଁ ଶ୍ରୀକୃଷ୍ଣ ସାନ୍ଦିପନିଙ୍କୁ ସେକରିଲେ ଗୁରୁ

ବିନା ଗୁରୁରେ କେ ବିଦ୍ୟା ଲଭି ନାହିଁ ରହିଅଛି ଏହା କାଳ କାଳରୁ

ଆମ ରାଷ୍ଟ୍ରପତି ରାଧାକ୍ରିଷ୍ଣବାବୁ ଜାଣିଥିଲେ ଏହି ଗଭୀର କଥା 

ନିଜ ଜନ୍ମଦିନ ଉତ୍ସର୍ଗ କରିସେ ଟେକିଦେଲେ ତେଣୁ ଗୁରୁଙ୍କ ମଥା |

ଅଜ୍ଞାନରୂପକ ତିମିରକୁ କାଟି ଜ୍ଞାନର ଆଲୋକ ଦିଅନ୍ତି ଯିଏ 

ବିଦ୍ୟାଦାତା ବୋଲି ସାରା ସଂସାରରେ ଗୁରୁ ପଦବାଚ୍ୟ ହୁଅନ୍ତି ସିଏ |

ଉପଯୁକ୍ତ ଗୁରୁ ମିଳିଲେ ଜୀବନେ ବଦଳି ଯାଏଟି ଶିଷ୍ୟର ଭାଗ୍ୟ

ଗୁରୁଙ୍କର ଯଦି ଆଶୀର୍ବାଦ ମିଳେ ଜୀବନଟା ହୁଅଇ ଉପଭୋଗ୍ୟ

ନିଜ ଇଚ୍ଛାମତେ ଚଳିବା ସମାଜେ ଗୁରୁଙ୍କ ପକ୍ଷରେ ନୁହେଁ ଶୋଭନ 

ସବୁବେଳେ ପରା ଗୁରୁଙ୍କ ଆଦର୍ଶ ପିଲାଏ କରନ୍ତି ଅନୁକରଣ |

ଯେତେ ଗୁରୁଜନ ଗୁରୁସମ ନୁହେଁ ଗୁରୁ ହେଉଛନ୍ତି ସବୁଠୁ ବଡ 

ଗୁରୁ ଯଦି ନିଜ ଗୁରୁତ୍ୱ ହରାନ୍ତି ସମାଜରେ ଦେଖାଦିଏଟି ଝଡ |

ସମାଜ ଗଠନ ସମାଜପତନ ଉଭୟ ଦାୟିତ୍ୱ ଗୁରୁଙ୍କୁ ନ୍ୟସ୍ତ 

ଏଗୁରୁ ଦାୟିତ୍ୱ ଗୁରୁତ୍ୱରେ ନେଲେ ହସିବ ସମାଜ ହସିବ ଦେଶ

ଶିକ୍ଷକତା ଏକ ବୃତ୍ତି ନୁହେଁ ବ୍ରତ ଏକଥା ଶିକ୍ଷକ ରଖିଲେ ମନେ

ଫୁଲ ଫୁଟିଯିବ ସାରା ସଂସାରରେ ପୂଜ୍ୟ ହେବେ ଗୁରୁ ଶିଷ୍ୟ ଗହଣେ |

ଗୁରୁଙ୍କ ଗାରିମା କ୍ଷୁର୍ଣ୍ଣ ନହେଉ ସମାଜରେ ସିଏ ହୁଅନ୍ତୁ ପୂଜ୍ୟ 

ଗୁରୁଦିବସରେ ଭକ୍ତିରେ ପିଲାଏ ଗୁରୁଙ୍କ ପାଦରେ ଦିଅନ୍ତୁ ଅର୍ଘ୍ୟ |



Rate this content
Log in