ପ୍ରକୂତି ଆଖିରେ ବନ୍ୟା
ପ୍ରକୂତି ଆଖିରେ ବନ୍ୟା
ବରଷା କାଳରେ ପ୍ରକୂତି ପ୍ରକୋପ
ପ୍ରବଳୁ ପ୍ରବଳ ତର
ହୋଇ ସୂଜେ କେତେ ଧ୍ବଂଶ ‐ବିଭୀଷିକା
ତାଂଡବ ରଚେ ଅପାର !
ଶାନ୍ତ‐ ସୁନ୍ଦର ଥିଲା ଯେ ପ୍ରକୂତି
ନିମିଷକେ ତୀବ୍ର ବୂଷ୍ଟି
ଯୋଗେ ଅଚାନକ ଯାଏ ସେ ପାଲଟି
ଭୀମ‐ଭୈରବ ମୂର୍ତ୍ତି !
ବିଭୀଷିକା କେତେ ରଚଇ ଅପାର
କିଏ ତା ପାରିବ କଳି
ଚାହୁଁ ଚାହୁଁ ଘଟେ ବନ୍ୟା ଆଗମ
ନଈରେ ଆସଇ ବଢି !
ଯେଉଁ ନଈ ପାଇଁ ଚାଷୀର ଉଲାସ
ସେହି ପୁଣି ଦୁଃଖ ଭାର
ଆଣି ଥୋଇ ଦିଏ ଭସାଇଣ ନିଏ
ମଣିଷ ,ପଶୁ ‐ସଂଭାର !
କେଦାର କାନନ ,ଆଉ ବିଲବନ
ନଷ୍ଟ କରି ଯାଏ କ୍ଷଣେ
ଶସ୍ୟ‐ଶ୍ୟାମଳା କ୍ଷେତେ ପାଣିପଶି
ବାଲିଚର ସିଏ ବୁଣେ !
କୋଟି ଜନତାର ଥିଲା ଯେ ଆହାର
ଆଉ ଆଶା ଭରସାର
ଖାଦ୍ୟ ନ ଲଭି ଜନ ଜୀବନ ରେ
ତୋଳେ କେତେ ହା ହା କାର !
