ପ୍ରକୃତିର ସ୍ପର୍ଶ
ପ୍ରକୃତିର ସ୍ପର୍ଶ
ଅମା ଅନ୍ଧକାର
ପାଇଥିଲି ଯାହାକୁ ଦେଖି
ହସିଥିଲି ଅବା ଚାହିଁ
ସ୍ନିଗ୍ଧତା ଉପରେ
ଚାହାଁଣୀରେ ଥିଲା ଶୀତଳତା
ବାରି ପାରୁଥିଲି ଗଭୀରତା
ଚାନ୍ଦ ଛଡ଼ା ଉଜ୍ଜ୍ଵଳତା ନଥିଲା ସେଠାରେ
ଥିଲା ଶ୍ରାବଣୀର ମୁଗ୍ଧତା
ବେଶ୍ ଖୁସି ଅନୁଭବ କଲି
ଶ୍ରାବଣ ରାତ୍ରୀରେ ଶ୍ରାବଣୀର ରୂପେଲି ହାର
ବର୍ଷାର ନିଧୁମ୍ ଶବ୍ଦର
ଥାପ୍ ଥାପ୍ ସ୍ୱର
ଚଉପଦୀ ଛନ୍ଦ ପରିଲକ୍ଷିତ
କବିତା ଏକ ସ୍ପର୍ଶର
ଏକ ନାରୀର ଆଲୋଡନ
ଚନ୍ଦ୍ରାଲୋକିତ ମନ ତଥା ପୂର୍ଣ୍ଣତାର ଚିହ୍ନ
ଆପଣାଇଥିବା ପ୍ରୀତି
ଋତୁର ଅପରାହ୍ନରେ ସଂପୂର୍ଣ୍ଣ ଭାବେ
ଏକପାଖିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ
ଏକ ଭିନ୍ନ ଗୁଞ୍ଜନର ଗାଥା
ଭିନ୍ନ ଭିନ୍ନ ସ୍ୱାଦର ଶବ୍ଦରେ ଅକ୍ଷୁର୍ଣ୍ଣ ଭରା ପ୍ରୀତି
ପ୍ରକୃତିର ବିବିଧତାରେ ଅମ୍ଳାନ ପାରିଧି
ଶବ୍ଦ ଅଳଙ୍କୃତର ଗାମ୍ଭିର୍ଯ୍ୟତା
ଆବେଗ ଭରା ବିଶ୍ଳେଷଣ
ଝଙ୍କୃତ ପିଆଲାରେ ସ୍ତବ୍ଧ
ନୀରବ ଦ୍ରଷ୍ଟା ସାଜିଥିବା ଦେବୀ
ସ୍ରଷ୍ଟା ସାଜି ମାଟିର ତତ୍ତ୍ଵରେ ଜଡ଼ିତ
ତୀବ୍ରତାର ମାନ୍ୟତାରେ ବିଭୋର
ଅତି ଗାଢ଼ ରଙ୍ଗର ପ୍ରସ୍ତର ଖଣ୍ଡ
ନିହାଣ ମୁଗୁର ସ୍ପର୍ଶରେ ଜୀବନ୍ତ
କିମ୍ବଦନ୍ତୀ ନୁହେଁ
ପ୍ରକୃତିର ସ୍ପର୍ଶ ।