STORYMIRROR

Chittaranjan Nanda

Others

4  

Chittaranjan Nanda

Others

ପ୍ରକୃତିର ଦାନ

ପ୍ରକୃତିର ଦାନ

1 min
243

ଶରୀର,

ପଞ୍ଚଭୂତେ ଗଢ଼ା ଏ ଆମର ଶରୀର,

ଆତ୍ମା ଚାଲିଗଲେ, ମିଶେ ମାଟି ସଙ୍ଗର


ପୃଥିବୀ,

ବିଶାଳ ହୃଦୟଧାରୀ ମାଆ କ୍ଷମା ଗୁଣେ ଭରା

ଜୀବ ଗଲେ ତୋର କୋଳେ ଆଶ୍ରୟ ନିଏ ପରା


ମୁକ୍ତ ଆକାଶ,

ତାର ଛତ୍ର ଛାୟା ତଳେ କରୁଛେ ବାସ, 

ପ୍ରକୃତିଦତ୍ତ ବାୟୁକୁ ନେଉଛେ ନିଃଶ୍ଵାସ,


ଉଦ୍ଭିଦ ଜଗତ,

ବୃକ୍ଷଟିଏ ଫଳ ପଳାଉଛି ବଞ୍ଚିବା ପାଇଁ 

ଫଳ ନ ଫଳିଲେ ସାହା ସେ ଛାଇ ଦେଇ


ଉଦ୍ଭିଦ ଜଗତ,

ବଞ୍ଚିବା, ଅମ୍ଳଜାନ ଦିଏ ଅଙ୍ଗାରକାମ୍ଳ ନେଇ

କାଠ ଦିଏ ରୋଷେଇ ଜାଳେଣୀ ଓ ଗୃହ ପାଇଁ 


ଜହ୍ନ,

କରେ ଉପକାର କର୍ମ, ଜହ୍ନ ମାମୁଁ ଆମ

ଧରିତ୍ରୀକୁ ଯୋଗାଏ ଆଲୋକ ଶୀତଳତମ


ସମୁଦ୍ର,

ନୀଳ ପାରାବାର ପୃଥିବୀରେ ଜଳେ ଭରପୁର

ଚାହିଁଲେ ସୃଷ୍ଟି ଧ୍ୱଂସ, ଦିଶେ ଶାନ୍ତ ମନୋହର


ସମୟ,

କରିଛ ଭିଆଣ ବର୍ଷ ମାସ ଦିନ ଷଡ ଋତୁମାନ

ରାଗ ଅନୁରାଗେ, ସ୍ୱରେ ଭରିଛ ମଧୁରତାମାନ


ସୂର୍ଯ୍ୟ, ମାଟି ମାଆ,

ସୂର୍ଯ୍ୟ ଅନ୍ଧାର ହଟାଏ, ଆଲୋକର ସନ୍ଧାନ ଦିଏ

ମାଟି ମାଆ, ସବୁ ସହି ଯାଏ ଓ ଧୈର୍ଯ୍ୟ ଶିକ୍ଷା ଦିଏ


ତାରା, ପବନ,

ତାରାଗଣ ବାଣ୍ଟନ୍ତି ବାର୍ତ୍ତା ଶାନ୍ତ ମନୋଭାବ ଧର

ମଳୟ ପବନ ବହି କହେ ହେ ମାନବ ମନ ସ୍ଵଚ୍ଛ କର


ହେ ପ୍ରକୃତି ସବୁତ ତୁମରି କୃତି, ଜଗତକୁ ପାଳ

ଆଦି ଅନ୍ତ ଅନନ୍ତ, ଦେଇ ଶୁଭ ଦୃଷ୍ଟି ଜଗତ ସମ୍ଭାଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍