STORYMIRROR

Naheda Shaheen

Others

3  

Naheda Shaheen

Others

ପ୍ରକୃତି

ପ୍ରକୃତି

1 min
122

ସେ ହାସ୍ୟମୟୀ, ଲାସ୍ୟମୟୀ

ନବଯୌବନା ପ୍ରକୃତି,

ମୁକୁଳା କେଶ ସମ ଘନ କୃଷ୍ଣ ବଉଦ

ଛାତିରେ ଧରିଣ ଅମୃତ ସମାନ ନୀର

କୁସୁମିତ, ସୁଶୋଭିତ ଶୋଭା ତାହାର।

କଳ କଳ ନାଦରେ ବହି ଯାଏ ଝରଣା

ଗିରି ଶୃଙ୍ଗ ଗିରି ରାଜ ଦେହେ ସୁସଜ୍ଜିତ

ବିହଙ୍ଗ କେଳି କରେ ତାହାରି ବୁକୁରେ

ସାଗରର ଉର୍ମିମାଳା ଚରଣଙ୍କ ପଖାଳେ

ଅନ୍ନଦାତ୍ରୀ ପ୍ରକୃତି ତ ଜନନୀ ଆମ୍ଭର

ଚରଣେ ତାହାର ମୋର କୋଟି ନମସ୍କାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍