STORYMIRROR

Bunee Tripathy

Others

4  

Bunee Tripathy

Others

ପ୍ରକୃତି

ପ୍ରକୃତି

1 min
202

ଚକୋରୀ ହୋଇ ମୁଁ

    ଚାହିଁ ବସିଅଛି

        ବରଷିବ ମେଘ କେବେ।

ସେହି ଜଳ ପାନେ

    ହଜି ଯିବି ମୁହିଁ

      ତୃଷା ମେଣ୍ଟାଇବି ଭବେ।।

ଇନ୍ଦ୍ରଧନୁ ସାଜି

   ଆକାଶେ ଉଇଁବି

     ମୟୂରୀ ସାଜିବି ଯେବେ।

ଭସା ବାଦଲର

    ଉହାଡ ତଳରୁ

       ଉଙ୍କି ମୁଁ ମାରିବି ତେବେ।।

ମାଟିର ଗନ୍ଧରେ

   ହୋଇ ଅଭିଭୂତ

      ଆକାଶେ ଖେଳେ ଚପଳା।

ପ୍ରକୃତି କୋଳରେ

    ହଜିଯିବି ବୋଲି

       ତ୍ରିଶଙ୍କୁ ପାଲଟି ଗଲା।।

ଛତୁ ହୋଇ ଯେବେ

    ଛତ୍ର ତୁ ଟେକିବୁ

      ଭେକ ମୁଁ ରାବିବି ତେବେ।

ମେଘ ହୋଇ ତୁହି

    ବାଦଲେ ଚାଲିବୁ

      ଝିଙ୍କାରି ବୋବାଏ ଯେବେ।।

ସୂର୍ଯ୍ଯ ସାଜି ତୁହି

   ହାତ ବଢାଇବୁ

      ଲାଜେ କମଳିନୀ ହସେ।

ରାତିର ଆକାଶେ

   ଚାନ୍ଦର ଜୋଛନା

      ରଜନୀଗନ୍ଧାର ବାସେ।।

ଜଳ ହୋଇ ଯେବେ

   ବରଷି ଯିବୁଲୋ

      ଝରଣା ସାଜିବି ମୁହିଁ।

କେତେ ବିଲମାଳ

   ଛୁଇଁ ଚାଲିଯିବି

      ସାଗରେ ମିଶିବା ପାଇଁ।।

ଆମ୍ବ ଗଛରେ

   ବଉଳ ସାଜିବୁ

       କୋଇଲି ହୋଇବି ମୁହିଁ।

ଦିଗ ଚହଟିବ

  ବାସ ମହକିବ

     ହରିହର ଭେଟ ଯହିଁ।।


    

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍