STORYMIRROR

jyotsna mayee panda

Others

4  

jyotsna mayee panda

Others

ପ୍ରକୃତି ଗୀତ

ପ୍ରକୃତି ଗୀତ

1 min
196

ବସନ୍ତ.=

ବସନ୍ତ ଆସିଛି ବୋଲି କୋଇଲିର କୁହୁ ତାନେ

ସୁନ୍ଦର ଗୁଞ୍ଜନ ତାର କରିଦିଏ ଆନମନା

ବସନ୍ତର ଆଦ୍ୟ ସ୍ପର୍ଶେ ଉଚ୍ଛନ୍ନ ସେ ଆମ୍ର ବନ

ବଉଳର ସୁଗଦ୍ଧ ଜେ ଭାସଇ ସେ ଉପଵନେ 

ହଜାଇ ପୁଣି ନିଜକୁ ଗାଉଛି ସୁନ୍ଦର ସ୍ୱନେ ll

ବିହଙ୍ଗ =

ଦୂର ପଥ ଯାତ୍ରୀ ତୁମେ ସୁନୀଲ ଅମ୍ବରେ

ପର ଝାଡ଼ି ଉଡିଯାଅ ଦୂରେ ବହୁ ଦୂରେ

ଭାସିଯାଏ ସବୁ ସପ୍ନ ଭଷା ବାଦଳ ରେ

ଉଡ଼ିଯାଅ ହେ ବିହଙ୍ଗ! ସୁଦୂର ପ୍ରାନ୍ତରେ...

ହଜିଯାଅ ପୁଣି କେଉଁ ଅଜଣା ଦ୍ୱୀପରେ ll

ପଥିକ =

ଫଗୁଣର ଅବିର ବି ଲାଗେ ରଙ୍ଗ ହୀନ

ଆଶା ଶୂନ୍ୟ ଜୀବନ ତା ଲାଗେ ତୁଚ୍ଛ ଶୂନ୍ୟ

ପାନ୍ଥଶାଳାର ସେ କ୍ଲାନ୍ତ ପଥିକ ସାଜି..

ଚାଲିଛି ଜୀବନ ପଥେ ବିଶ୍ୱାସରେ ଆଜି

ଆଶା ଆକାଂକ୍ଷାକୁ ନେଇ ଚାଲିଛି ମୁଁ ଚାଲୁଥିବି

ବିରହ ବେଦନାରେ ମୁଁ ଝୁରୁ ଝୁରି ଜଳୁଥିବି ll

ପଳାସ =

ପଳାସ କୁସୁମ ମୁଁ ଯେ ସୁରଭି ବିହୀନ..

ସ୍ରଷ୍ଟାଙ୍କ ସବୁ ସୃଷ୍ଟି କେଡ଼େ ଅନୁପମ

ସବୁ ପୁଷ୍ପେ ଭରିଦେଲ ରେଣୁ ସୁରଭିର..

କାହିଁକି ପାଶୋରି ଦେଲେ ତୁମେ ମୋ ଶରୀର ll

ବିହଙ୍ଗ =

ସ୍ନିଗ୍ଧ ସକାଳରେ ଉଡି ବୁଲେ ମୁହିଁ

ଅନ୍ତରୀକ୍ଷେ ହୁଏ ଲୀନ...

ସବୁଜ ବନାନୀ ଗିରି ଚୂଡ଼ ଡେଇଁ

ଦେଖେ ମୁଁ କେତେ ସପନ...

ସତ କି ହୋଇବ ସପନ ମୋହର

ମୁଁ ତୁଚ୍ଛ ସେ ବିହଙ୍ଗମ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍