ପ୍ରିୟତମା***********
ପ୍ରିୟତମା***********
1 min
253
ଅଭିମାନିନୀ ମାନସୀ
ମୋ ଅନାମିକା ନାୟିକା
ରୂପସୀ ଗୋ ସ୍ଵପ୍ନପରୀ
ପ୍ରୀତିଛନ୍ଦା ପ୍ରିୟତମା ।
ମେଘ କୋଳେ ଜହ୍ନ ପରି
ଲାଜର ଗହଣା ପିନ୍ଧି
ମୋ ବୁକୁରେ ଛନ୍ଦ ତୋଳ
ଜୀବନରେ ମଧୁ ଭରି ।
ରାତି ଘନ ଅନ୍ଧାର ରେ
ଚୁପି ଚୁପି ପାଦ ଗଣି
ସ୍ଵପ୍ନରେ ନିତି ଆସି
ଭରିଦିଅ ମାଦକତା ।
ବିମୋହିତ କରେ ତୁମ
କବରୀର ମହମହ ବାସ୍ନା
ଇସାରାରେ କହେ କଥା
ମତୁଆଲା ବାଙ୍କ ଚାହାଣୀ ।
ଗୋଲାପୀ ସେ ଓଠ ଖୋଲି
ଧୀରେ ଅବା କାନେ କୁହ
ଲେଖିବାକୁ ନୂଆ ଏକ
ଅଲିଭା ପ୍ରେମ କାହାଣୀ ।
ସ୍ଵପ୍ନ ଯେବେ ଭାଙ୍ଗିଯାଏ
ଲୁଚି ଯାଅ କାହିଁ ଦୂରେ
ଖେଳ କିବା ଲୁଚକାଳି
ଜହ୍ନ ଆଉ ତାରା ମେଳେ ।
ଥାଇ ଦୂରେ ଗୋପନରେ
ଭରିଛ ଅସରା ପ୍ରୀତି
ମୋ ଆଖି ଦର୍ପଣ ଖୋଜେ
ଦିବା ନିଶି ତୁମ ଛବି ।
