ପ୍ରିୟାର ତୁଳନା ଦୁନିଆ ଫିକା
ପ୍ରିୟାର ତୁଳନା ଦୁନିଆ ଫିକା
ପ୍ରିୟାକୁ ତୁଳନା କରିବାକୁ ଯାଇ
ଚାନ୍ଦରେ ଦେଲି ମୁଁ କଳଙ୍କ ଛିଟା
ମୋ ପ୍ରିୟା ଏମିତି ସଜେଇ ହୋଇଛି
ଚାନ୍ଦ କାଳେ ପଡିଯାଉଛି ଫିକା
ଏ କାଳେ ମୋହର କବିତା ଲେଖା
ସମୁଦ୍ର ଜଳକୁ କଳନା କରି
ମୋ ପ୍ରିୟା ଆଖିରେ ଦେଲି ସଜାଡି
ମୁଁ କାଳେ କୁଆଡେ ଏଭଳି କବି
ଏହା ଲେଖି ପୁଣି ପ୍ରସିଦ୍ଧହେବି
ଏପୁଣି ମୋହର ମନର କଥା
ଏ କାଳେ ମୋହର କବିତା ଲେଖା
ଆକଶଠୁ ବଡ଼ ମୋ ପ୍ରିୟା ଓଢଣୀ
ତା ତଳେ ରହିଲେ ଖରା ବରଷା ପଡେନି
ଏମିତି ତୁଳନା କରେ ମୁଁ ଭାବି
ଚିତ୍ର କର ହେଲେ କରନ୍ତି ଛବି
ଲେଖୁ ଥାଏ ମୁଁ ଏଭଳି ଭାବି
ସିଏ କାଳେ ମୋ ସିନ୍ଧୁକ ଚାବି
ମୋ ପ୍ରିୟାକୁ ମୁଁ ତୁଳନା କରିଲି
କୋଇଲିର କୁହୁ କୁହୁର ନାଦେ
ମୋ ପ୍ରିୟାର କଥା ଏତେ ସୁମଧୁର
କୋଇଲିବି ବାରି ପାରୁନି ସତେ
ତା ସ୍ୱର ବି ପଡିଯାଉଛି ଫିକା
ଏ କାଳେ ମୋହର କବିତା ଲେଖା
ପଦ୍ମ ଫୁଲ ଆଉ ଭଲ ଦିଶୁନାଇ
ଯେବେଠୁ ମୋ ପ୍ରିୟା ହତ ଧରିଲି
ତା ହାତ କୁଆଡେ ଚମ୍ପା କଢି ପରି
ଦେଖି ଦେଖି ମୋର ମନ ଭରିଲି
ଏ ପୁଣି ମୋହର ମନର କଥା
ଏ କାଳେ ମୋହର କବିତା ଲେଖା
ମୋ ପ୍ରିୟାର ଛାତି ଯେତିକି ଉଚ୍ଚ
ଏଭାରେଷ୍ଟ୍ ପୁଣି ହୋଇବ ଛୋଟ
ଭାବିଲେ ଲାଗୁଚି ଭାରି ଛାନିଆ
କବି ନା ମୁଁ ଜଣେ ଗୋଲା ବଣିଆ
ଏ ପୁଣି ମୋହର ମନର କଥା
ଏ କାଳେ ମୋହର କବିତା ଲେଖା
ପ୍ରିୟାକୁ ତୁଳନା କରିବାକୁ ଯାଇ
ଇନ୍ଦ୍ରଧନୁ ସାତ ରଙ୍ଗ ଆଣିଲି
ସବୁ ରଙ୍ଗ ଏଠି ଫିକା ପଡିଛି
ପ୍ରେମ ରଙ୍ଗ ଭାରି ଓଜନ ଅଛି
ଏ ପୁଣି ମୋହର ମନର କଥା
ଏ କାଳେ ମୋହର କବିତା ଲେଖା
