ପ୍ରିୟା
ପ୍ରିୟା
ସଂସାର ଜୀବନ ସହଜ ତ ଲାଗେ
ଥିଲେ ବୁଦ୍ଧିମତୀ ପ୍ରିୟା l
ନିଜର ଗୁଣରେ ସବୁ ଆପଣାଏ
ହସେ ତା ଗଢା ଦୂନିଆ ll
ପ୍ରିୟା କୁ କହିଲେ ଭାରିଯା ବୁଝାଏ
ସ୍ତ୍ରୀ ପୁଣି ଅର୍ଦ୍ଧାଙ୍ଗିନୀ l
ସ୍ଵାମୀ ସହ ସେ ଧର୍ମରେ ଚାଲେ
ପୁଣି ସେ ସହଧର୍ମିଣୀ ll
ସଂସାର ଜୀବନ ପ୍ରିୟା ସହ ବିତେ
ସେ ମୋ ଜୀବନ ସାଥୀ ।
ଜୀବନ ସଂଗ୍ରାମେ ନିଜେ ଜଳେ ସିନା
ନିଭାଏ ସଂସାରୁ ତାତି ll
ପ୍ରିୟା ହାତରନ୍ଧା ଭାରି ସୁଆଦିଆ
ମେଣ୍ଟିଯାଏ ଯେତେ ଥିଲେ ଭୋକ l
ବ୍ୟସ୍ତତା ରୁ ଫେରି ଆଶ୍ୱସ୍ତି ତ ଲାଗେ
ମିଳେ ଯଦି ଚା ସହ ଗପ ll
ବିପଦେ ଆପଦେ ବହୁ ଦମ୍ଭ ଦିଏ
ଆଶ୍ଵାସନା ଓ ଉପଦେଶ l
ଦୁଃଖ ସୁଖ ସବୁ ଏକାକାର ହୁଏ
ମନେ ଆସେ ସାହସ ll
ପ୍ରିୟା ଠୁ ସୁନ୍ଦର ଲାଗେନା ତ କେହି
ନିବିଡତା ଥୀଲେ ପ୍ରୀତିଭାବ l
ଦୁହେଁ ତ ଦୁହିଁଙ୍କ ଏକାନ୍ତ ନିଜର
କରିପାରେ ଯିଏ ଅନୁଭବ ll
ସୁଖ ଓ ଦୁଃଖରେ ସ୍ୱାମୀଙ୍କ ସାଥିରେ
ସବୁଥିରେ ତାର ସହମତି l
ଶଙ୍ଖା ସିନ୍ଦୂର ର ବଜର ପାଇଁ କି
ନୀତି ଜାଳେ ବସି ସଞ୍ଜବତୀ ll
