ପ୍ରିୟା ଅନନ୍ୟା
ପ୍ରିୟା ଅନନ୍ୟା
ପ୍ରିୟା ମୋର !
ମନେ ଭାବେ କହିବି କି ମୁହଁ ତୋର ପୂର୍ଣ୍ଣଚନ୍ଦ୍ର ପରି ,
ମନ କହେ ନା' ନା' ଚନ୍ଦ୍ରମାରେ କଳଙ୍କର କାଳି ।।
ମନେ ଭାବେ କହିବି କି ତୁ ମୋର ପଦ୍ମଗନ୍ଧା ବୋଲି,
ମନ କହେ ନା' ନା' ପଦ୍ମଟା ତ କୀଟଦ୍ରଷ୍ଟ କଳି ।।
ମନେ ଭାବେ କହିବି କି ଆଖି ତୋର ଭ୍ରମରଠୁ କଳା ,
ମନ କହେ ନା' ନା' ଭ୍ରମରଟା ପ୍ରତାରକ ପରା ।।
ମନେ ଭାବେ କହିବି କି ଦେହ ତୋର ହଳଦୀ ବସନ୍ତ,
ମନ କହେ ନା ' ନା ' ସେ ତ ଅଟେ ଏକ ଋତୁ ମିତ ।।
ମନେ ଭାବେ କହିବି କି ପାଦ ତୋର ରକ୍ତଜବା ବୋଲି,
ମନ କହେ ନା 'ନା ' ଦିନ କରେ ଯାଏ ସେ ମଉଳି ।।
ଦିନ ରାତି ଏମିତିକା ଭାବନାରେ ଭାସୁ ଥାଏ ସିନା ,
ପାଏ ନାହିଁ ଖୋଜି ଖୋଜି ତୋର ଲାଗି କିଛି ବି ଉପମା ।।
ମନ କହେ ବୁନିଆଁରେ ପ୍ରିୟା ମୋର ଅଟେ ଯେ ଅନନ୍ୟା ,
ନାହିଁ ନାହିଁ ନାହିଁ ସାରା ସଂସାରରେ ତାହାର ତୁଳନା ।।
