ପ୍ରିୟ ପଖାଳ
ପ୍ରିୟ ପଖାଳ
1 min
320
ଛପନ ଭୋଗରେ ତୁହି
ପାଇଅଛୁ ସ୍ଥାନ,
ଅନ୍ନ ନୁହେଁ ଅମୃତ ତୁ
କିଣିନେଉ ମନ ।
ଦିଅଁଙ୍କର ପ୍ରିୟ ତୁତ
ଓଡିଆର ପ୍ରାଣ,
କହୁଥିଲେ ସରିବନି
ଧନ୍ୟ ତୋର ଗୁଣ ।
ବଡିଚୁରା ଶାଗ ସାଥେ
ତୋର ଭାରି ଭାବ,
ସଭିଙ୍କର ପ୍ରିୟ ତୁତ
କି ଧନୀ ଗରୀବ ।
ବିଲହୁଡାରେ କୃଷକ
ଖାଏ ଆନନ୍ଦରେ,
କିଏ ଖାଏ ତୋତେ ପୁଣି
ପଞ୍ଚତାରକାରେ ।
ମନକିଣେ ପଖାଳ ତୋ
ମହମହ ବାସ୍ନା,
କିଛି ଭଲ ଲାଗେ ନାହିଁ
ପଖାଳ ତୋ ବିନା।
ପଖାଳ ତୁ ଆଜି ସାରା
ବିଶ୍ୱରେ ଆଦୃତ,
ଓଡିଆର ପରିଚୟ
ତୁ ସଦା ଚର୍ଚ୍ଚିତ ।
ସଭିଏଁ ଝୁରନ୍ତି ତୋତେ
ତୁ ପ୍ରିୟ ପଖାଳ,
ନିରବଧି କାଳ ମୋତେ
କରୁଥା ବ୍ୟାକୁଳ
ଅପଲତା ଆରୁକ
