STORYMIRROR

Sachidananda Kar

Others

3  

Sachidananda Kar

Others

ପ୍ରିୟ ମୋର ସେହି ଗାଆଁ

ପ୍ରିୟ ମୋର ସେହି ଗାଆଁ

1 min
463

ଜନମି ଯେଉଁଠି ଭୂଇଁରେ ଗଡି ମୁଁ

ଦେଇଥିଲି କୁଆଁ ରାବ

ଛୋଟ ଥିଲି ଯେବେ ଯାହାର ସାଥିରେ

ଜମିଥିଲା ମୋର ଭାବ ।।


ଯାହାର କୋଳରେ ପିଲାଙ୍କ ମେଳରେ

ଖେଳିଥିଲି ଧୂଳି ଖେଳ

ଖେଳିବା ପାଇଁକି ଯେଉଁଠି ମୁଁ ଦିନେ

ପାଇଥିଲି ସାଙ୍ଗ ମେଳ ।।


ବାପା ମାଆଙ୍କର ସେନେହ ଆଦର

ମିଳିଥିଲା ଯହିଁ ମୋତେ

ନାଚି କୁଦିକରି ଯାହାର ଛାତିରେ

କରିଥିଲି ମଜା କେତେ ।।


ଜେଜିମା' ମୁହଁରୁ ଶୁଣିଥିଲି ଗୀତ

ଯେଉଁଠି ମୁଁ ସଞ୍ଜ ବେଳେ

କଳିଗୋଳ ଯହିଁ ଛିଡିଥିଲା କେତେ

ଭାଇ ଭଉଣୀର ମେଳେ ।।


ଜେଜେଙ୍କ ପାଖରେ ଖଡି ଧରି ଯହିଁ

ପାଠ ପଢିଥିଲି ବସି

କାଦୁଅରେ କେତେ ଯାହାର ଦାଣ୍ଡରେ

ଗୋଡ ଯାଇଥିଲା ଖସି ।।


ଯା'ର ଗଛଲତା ମାଟି ପାଣି ବାଆ

ଛୁଇଁଥିଲା ମୋର ମନ

ମାଆଟିଏ ପରି ସତେ ଯିଏ ମୋତେ

ମଣିଥିଲା ଦୁଃଖିଧନ ।।


ଆଜି ବି ଏ ଦିନେ ଭଲକରି ମୋର

ମନେଅଛି ତା'ର ନାଆଁ

କାହିଁ କେତେଦିନୁ ଛାଡି ମୁଁ ଆସିଛି

ପ୍ରିୟ ମୋର ସେହି ଗାଆଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍