STORYMIRROR

Sasmita Mohapatra

Others

4  

Sasmita Mohapatra

Others

ପ୍ରୀତିରରଙ୍ଗ

ପ୍ରୀତିରରଙ୍ଗ

1 min
352


ବୁଣିଦିଅ ପ୍ରୀତିର ମୂରୁଜ

ଆଦ୍ୟ ଶୀତୁଆ ସକାଳଟା

ଆହୁରି ହୋଇଯିବ ଗାଢା

ଯେତେ ବି ଭିଜିଲେ

ତୁମ ଗରମ ନିଃଶ୍ୱାସରେ

ସବୁକିଛି ଉଷୁମ ଉଷୁମ

ତଥାପି ବୋହୁଛି ତୁମ ଆଡୁ

ଚନ୍ଦନ ଚନ୍ଦନ ଚୋରା ଚଇତାଳି

ଭାସି ଭାସି ଆସୁଅଛି

ମଧୁରାଗିଣୀର ପଖଳା ମୂର୍ଚ୍ଛନା

ମାଟିର ଗନ୍ଧରେ ଆତ୍ମୀୟତା

ପବନରେ ମାଦକତା

ପାଦ ଦୁଇ ଛନ୍ଦି ହୁଏ

ମନ ଉଡେ ମୁକ୍ତ ଗଗନରେ

ଅଜାଡି ଦିଅ ଆହୁରି

ମେଞ୍ଚାଏ ପବନ ଆଶ୍ଲେଷର

ଉଡିବୁଲିବି 

ତୁମ ହୃଦୟରେ ପ୍ରଜାପତି ହୋଇ

ଚୋରାଇ ନେବି ଇପସିତକୁ

ପେଟେ ପିଇନେବି ମଧୁ

ବୋଳିଦେବି ବାସ୍ନାରୁ ପୁଳେ

ସାରା ସର୍ବାଙ୍ଗରେ....

ଆଉ କ'ଣ କିଛି ଥାଏ

ତୁମେ ଆଉ ମୋ ଛଡା

ଏ ପୃଥିବୀ, ଏ ଦିଗବଳୟ

ଆଉ ଏ ଦୂର ପାହାଡ

ସବୁ ତ ମୋର 

ଆଉ ମୁଁ ଏ ଅଖଣ୍ଡ ବିଶ୍ବର

ଏକମାତ୍ର ଅଧିଷ୍ଠାତ୍ରୀ

କାହିଁକି "ନା"ଏ ପ୍ରୀତିର ରଙ୍ଗରେ

ରଙ୍ଗାଇତ କରିଛି ମନକୁ ମୋର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍