ପ୍ରୀତି ପାଗଳୀ ରାଧାର ମନ
ପ୍ରୀତି ପାଗଳୀ ରାଧାର ମନ
ନୀର ଭିଜା ନୀଳ ନୟନ
ତୁମ୍ଭ ସ୍ଥିତି ଖୋଜେ
ଯେମିତି ଖୋଜେ
କସ୍ତୁରୀ କସ୍ତୁରୀ ମୃଗ
ଏ ବନ ସେ ବନ ଏ ବନ ସେ ବନ।
ଦିନରାତି ତୁମ ନାମ ଜପେ
ଦିନରାତି ତୁମ ନାମ ଭଜେ
ଯେପରି ଜପୁଥାଏ ଭଜୁଥାଏ
ରାମ ଭକ୍ତ ହନୁମାନ ହନୁମାନ ।
ନିତିପ୍ରତି ଦିନ ହୁଏ ଏ ମନ
ପ୍ରୀତି ପାଗଳୀ ରାଧାର ମନ
ଶୁଣିବାକୁ ତବ ବଂଶୀ ଶ୍ୱନ
ହ୍ରଦୟକୁ କରି ଉପଵନ
ସଂସାରକୁ ଭାବି କୁଞ୍ଜବନ
ତୋ ଆସିବା ବାଟକୁ
ପ୍ରତୀକ୍ଷା କରିଥାଏ ଏ ଦୁଇ ନୟନ।
କେବେ ଆସିବୁ ତୁ
ତୋ ହୃଦ ସିଂହାସନେ ଟିକିଏ ଦେବୁ ସ୍ଥାନ
କେବେ ଏ ପାପୀ ଅକୀଞ୍ଚନ
ପୂଜିବ ତୋ ପଦ୍ମଚରନ
ଶତତ ଥାଏ ପ୍ରତୀକ୍ଷାରତ
ଏ ନିରଭିଜା ନୀଳ ନୟନ ନୀଳ ନୟନ।
ତୋ ପ୍ରତି ଏ ଭାଵ ଅନୁରାଗ
ହୃଦୟେ ନିଃସୃତ କରେ ବୀଣା ଝଙ୍କାର
ନାଚ କରେ ପାଦେ ପିନ୍ଧି ଘୁଙ୍ଗୁର
ଏ ନିରଭିଜା ନୟନର ପ୍ରତୀକ୍ଷା
ତୁମକୁ ପାଇବା ପାଇଁ କରିଥିବା ଦୀକ୍ଷା
କରିଦିଅ ପ୍ରଭୁ ଅନ୍ତ
ହୋଇ ପ୍ରଭୁ ସ୍ନେହମନ୍ତ
କର ପ୍ରଭୁ ଏତିକି ଆଶୀର୍ବାଦ
ପରମାତ୍ମା ସହ ଆତ୍ମା
ହୋଇଯାଉ ମିଳିତ ହୋଇଯାଉ ମିଳିତ ।
ଜନମ ଜନମରୁ ଦର୍ଶନାର୍ଥେ
ଥିବା ଏ ମନ ଅପେକ୍ଷାରତ
ତୋ ଦର୍ଶନ ପାଇଁ ଚିର ଇପସିତ
ଆତୁରେ ରହିଛି ଚାହିଁ ହୋଇ ଚାତକ
ହେ କୃପାନିଧି ବରଷାଇ ଦେ ତୋ କୃପାବାରି
ଜନମ ଜନମରୁ ଯେଉଁ ଅଛି ଏ ଜୀବ ତୃଷାର୍ତ୍ତ
ତାହାକୁ ପୂରଣ କର ହେ ପରମାର୍ଥ
ହୋଇ ପ୍ରଭୁ ପରଂବ୍ରହ୍ମ ଭଗବତ
ହୋଇ ପ୍ରଭୁ ପରଂବ୍ରହ୍ମ ଭଗବତ।
