Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prajna Paramita Mohanty

Others

4  

Prajna Paramita Mohanty

Others

ପରିଚୟ

ପରିଚୟ

1 min
29


ପରିଚୟ ପଚାରୁଛି ସେ, ପୁରୁଷକାରରୁ ପରଂବ୍ରହ୍ମ ପର୍ଯ୍ୟନ୍ତ,

ପ୍ରାରମ୍ଭରୁ ପ୍ରାରବ୍ଧ ଯାଏଁ ଏକ ପର୍ଯ୍ୟାୟର ପ୍ରମାଣନାମା,             

ପରିଚୟ ପଚାରୁଛି ସେ, ପଳାୟନପନ୍ଥୀରୁ ପରାକ୍ରମୀ ପର୍ଯ୍ୟନ୍ତ 

ପ୍ରଶ୍ନଟିରୁ ପ୍ରମାଣ ଯାଏଁ ଏକ ପ୍ରତିପକ୍ଷବାଦୀର ଜିମା  ।


ପରିଚୟ ପାଇଅଛି କି ସେ,

ପ୍ରୟୋଗଶାଳାର ପରୀକ୍ଷାରେ, ପଦାର୍ଥରୁ ପରମାଣୁ ପର୍ଯ୍ୟନ୍ତ

ପ୍ରକୋଷ୍ଠର ଫାଇଲଗଦାରେ, ଫର୍ଦେ କାଗଜରୁ ପରଦାପୃଷ୍ଠ ପର୍ଯ୍ୟନ୍ତ ?


ପରିଚୟ ମିଳିଅଛି କି ତା'   

     ପ୍ରାପ୍ତିର ପୂଣ୍ୟତାରେ,

     ପ୍ରଶଂସାର ପ୍ରଶାନ୍ତିରେ,

     ପରାଜୟରେ କିମ୍ବା ପ୍ରଗତିରେ,

     ପୁରସ୍କାର ଓ ଫଳକନାମାରେ,

     ପ୍ରତିବିମ୍ବର ପ୍ରତିଫଳନରେ, 

     ପ୍ରତି ଶବ୍ଦର ପ୍ରତିଧ୍ଵନିରେ, 

     ପ୍ରବାସରେ ଅବା ପ୍ରାଙ୍ଗଣରେ,

     ପରିଚିତ ଓ ଅପରିଚିତରେ ? 

  



Rate this content
Log in