STORYMIRROR

Arundhati Jena

Others

3  

Arundhati Jena

Others

ପରିବର୍ତ୍ତନର ସ୍ରୋତ

ପରିବର୍ତ୍ତନର ସ୍ରୋତ

1 min
208

        

ସମୟ ସୁଅରେ ନିରୀହ ଜୀବନ

                 ବିଚରା ଯାଉଛି ଭାସି,

କିଏ ଏଠି ଦୋଷ କରି ଖସିଯାଏ

                   କିଏ ପୁଣି ପାଏ ଫାଶୀ,

ଦିବା ଆଲୋକରେ ଯାହା ଏଠି ଭୁଲ

           ଅନ୍ଧାରରେ ତା' ଠିକ୍,

ବଳି ପଡୁଥାଏ ନିରୀହ ଜୀବନ

          ମାନବିକତାକୁ ଧିକ୍।

ବିରାଡି ବୈଷ୍ଣବ ନିଜକୁ ଦେଖାଇ

         କେତେ କରନ୍ତିରେ ପାଲା

ଜୀବ ଥିବା ଯାଏଁ ଏ ପାଲା ଚାଲିବ

        ଜୀବ ଛାଡିଗଲେ ଗଲା।

ଏତେ ଭଲ ହେବା ଅଭିନୟ କରି

             ଅନ୍ୟକୁ ଦିଅ ଯାତନା

ନିଜ ଘର ଯେବେ ଉତ୍ସବ ମୁଖର

          ଅନ୍ୟ ଘରେ ଶୁଭେ କାନ୍ଦଣା।

ସମୟ ଆଗରୁ ସୁଧୁରି ଗଲେରେ

        କର୍ମ ଫାଶୁ ଯିବ ମୁକୁଳି

ନହେଲେ ଜୀବନେ କର୍ମର ଚାପୁଡା

         ପଡିବରେ ପୁରା ଭାରି।

ଭାଳି ହେଉଥିବ କର୍ମ ଫଳ ଦେଖି

         ଅନ୍ୟମାନେ ଦେଖି ହସୁଥିବେ

ନିଜ ବେଳ ତୁମେ ମନେ ଯେ ପକାଇ

         କେତେ ପଶ୍ଚାତାପ ଯେ କରିବ।

ତେଣୁ ହେ ମାନବ, ମାନବିକତାକୁ

            ଅତି ଆଦରରେ ଦେଖାଅ

ନିଜେ ବଞ୍ଚ ଆଉ ଅନ୍ୟକୁ ବି ତୁମେ

           ଖୁସି ଖୁସି ବଞ୍ଚିବାକୁ ଦିଅ।

ଏହାପରେ ତୁମେ ଦେଖିବ ନିଶ୍ଚିତ

             ପରିବର୍ତ୍ତନ ସମାଜରେ

ଖୁସିର ଲହରୀ ଖେଳିଯିବ ପୁଣି

            ରଙ୍ଗ ଲାଗିବ ଜୀବନରେ।

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍