ପ୍ରେୟସୀ ଗୋ କଳହଂସୀ
ପ୍ରେୟସୀ ଗୋ କଳହଂସୀ
ପ୍ରେୟସୀ ଗୋ କଳହଂସୀ !
ତୁମରିପାଇଁ ମୁଁ ନିର୍ଜନେ ବସି
ନିରତେ ବାଉଛି ବଂଶୀ ।।
ସେଇ ବଂଶୀର ସୁରେ
ମନ କିବା ତୁମ
ଉଚ୍ଚାଟ ହୁଏ ନାଇଁ,
ଭୁଲିକି ନଯାଅ
କିବ ସଂସାର କଥା ।
ମନେକି ନପଡେ
ସେଦିନର କଥା ସହୀ,
ଯାପାଇଁ ପିନ୍ଧିଲ
କପାଳେ କଳଙ୍କ ଚିତା ।।
ସେଦିନର ସେଇ
ରାଈ କି ନୁହଁ ଗୋତୁମେ,
କୃଷ୍ଣ ବିହୁନେ
ଅନ୍ଧାର ଯାକୁ ଦିଶେ ।
ସମାଜର ସବୁ
ବ୍ୟବସ୍ଥାକୁ ଭୁଲିଯାଇ,
ଧାଇଁ ଆସୁଥିଲ
ବେଳ ଅବେଳରେ ପାଶେ ।।
ସେଦିନର ସେଇ
ରାଈକି ନୁହଁ ଗୋ ତୁମେ,
କୃଷ୍ଣ ନାମରେ
କବରୀରୁ ଫୁଲ ଖସେ ।
ବଇଁଶୀର ସୁର
ବାଜୁଥିଲା ଯେଵେ କାନେ,
ଧାଇଁ ଆସୁଥିଲ
ପ୍ରୀତି ବନ୍ଧନ ଆଶେ ।।
କୈଳାସ ଚନ୍ଦ୍ର ପାଢୀ।କୁମାରପୁର।
ଭଦ୍ରକ।
-----------------------
