STORYMIRROR

Dipti lekha Mishra

Others

2  

Dipti lekha Mishra

Others

ପ୍ରେରଣା

ପ୍ରେରଣା

1 min
112

ହଁ ମୁଁ ମାନୁଛି ଯେ ଶଦ୍ଦଜ୍ଞାନ ନାହିଁ

ଶଦ୍ଦକୋଷ ବି ଧରେନି ଖୋଜେନି

କିନ୍ତୁ ଅବୁଝା ମନ ମୋର ମାନେନି

ଲେଖୀଦେବା ପାଇଁ ଝୂରି ମରେ॥


ଲେଖିବାକୁ ଯିଏ ପ୍ରେରଣା ଦେଇଛନ୍ତି

ତାଙ୍କ ନାମ ସବୁ ଗାଇପାରିବିନି

କାରଣ ସବୁ ଜିନିଷ ସବୁ ଜୀବଠାରୁ

କିଛି ନା କିଛି ପ୍ରେରଣା ପାଇ ଲେଖୁଛି॥


ହଁ ତମ ଭଳି ମୁଁ ଶଦ୍ଦ ସବୁ ଖଞ୍ଜିପାରୁନି

ଜ୍ଞାନ ମୋର ବହୁତ କମ୍ ଅଟେ

ତଥାପି କବଭତା ଲେଖିବାକୁ କାହିଁକି

ଛଟପଟ ହୋଇ ଲେଖିଦେଉଛି॥


ଏ ପାଗଳାମୀ ପାଇଁ ତୁମେ ମୋତେ

ବାୟାଣୀ ଆଖ୍ୟା ଦେଈପାର ଆଜିଠାରୁ

ହେଲେ ଏ ବାୟାଣୀପଣ ମୋତେ ଶାନ୍ତି

ସୁଖ ଐଶ୍ଚର୍ଯ୍ଯ ନିତି ନିତି ଦେଉଛି॥


ତୁମେ ଯାହା ଭାବୁଛ ଭାବ ମୋତେ

ହେଲେ ମୁଁ ଲେଖା ବନ୍ଦ କରିପାରିବିନି

କି ତୁମ ସହ କଟି ବି କରିପାରିବିନି

ତୁମେ ମୋ ଲେଖା ବନ୍ଦ କରିପାରିବନି ॥


Rate this content
Log in