ପ୍ରେମର ପରିଭାଷା
ପ୍ରେମର ପରିଭାଷା
ନିହାରିକା
ହୃଦୟରେ ବୋହି ପ୍ରେମ ର କଳସ
ଚାଲିବାକୁ ହେବ ଏକା ଏକା
ଅଭିସନ୍ଧି ରଚି ଛଳନା ସାଗରେ
ପହଁରି ପାରିବିନି ପିନ୍ଧି ମୁଖା
ଏ ପାପ ହାଟର ବଦନାମ ଗଳି ଚୌହଦୀ ପରେ ।
ଦଣ୍ଡାୟମାନ ନିରସ୍ତ୍ର ପିତାମହ ଭୀଷ୍ମ ମୁଁ
ମୁଁ କି ବୁଝିବି
ତୁମ ପବିତ୍ର ପ୍ରେମ ର ପରିଭାଷା
କୋମଳ ମନ ର ଅଭିଳାଷା
ପ୍ରାଣ ଆବେଗ ର ମହୁଲି ନିଶା
ପଲ୍ଲବୀତ ଆଖି ର ଭରଷା ।
ଯେବେ,
ଲୁହ ନଇ କୂଳେ ପ୍ରେମ ମାରେ ନିଃଶ୍ବାସ
ହୃଦୟ କଅଁଳ ଡେଣା ବାନ୍ଧେ ବିଶ୍ୱାସ
ମୁକ୍ତ ବିହଙ୍ଗ ତା ନୀଡ ଖୋଲା ଆକାଶ
ନିର୍ମାଲ୍ୟ ସମ ପବିତ୍ର ସେ ସୁଧା ରସ ।
ଜାଣିଛି ,
ପ୍ରେମ ମାନିବନି କିଛି ବାଧା ବନ୍ଧନ
ଇଶ୍ୱର ବସନ୍ତି ତହିଁ ପ୍ରେମ ଜୀବନ
ଦେବତା ଶ୍ରୀଅଙ୍ଗେ ଯେହ୍ନେ ତୁଳସୀ ଚନ୍ଦନ
ହୃଦୟ ପ୍ରାଣ ରେ ମିଶେ ପ୍ରେମ ତେସନ ।
କିନ୍ତୁ,
ରାଣ ନୀୟମ ପ୍ରତିଜ୍ଞା ପ୍ରେମ ରେ ସାତ ସପନ
ସେଲାଗି ତ କହେ
ନିହାରିକା,
ହୃଦୟ ରେ ବୋହି ପ୍ରେମ ର କଳସ
ଚାଲିବାକୁ ହେବ ଏକା ଏକା
ତୁମ ଅଭିସାରର କଳଙ୍କିତ ନାୟକ ମୁଁ
ଦେଇ ଜାଣେ ଖାଲି
ହେଲେ ନେଇ ଜାଣେନା
ଠିକ୍ ତୁମ ପ୍ରେମ ପରି ।
