ପ୍ରେମର ଆଦର୍ଶ
ପ୍ରେମର ଆଦର୍ଶ
ଚିରଦୀପ୍ତିମାନ ସୂର୍ଯ୍ୟଚନ୍ଦ୍ର ଧନ
ସୃଷ୍ଟିର ପରାଣ ମିତ ,
ଅପୂର୍ବ ସୃଷ୍ଟିରେ ତ୍ୟାଗ ଆଧାର'ରେ
ଦିବାନିଶି ସମର୍ପିତ ! !
ସଜଳ ଉଜ୍ଜ୍ଵଳ ଭାବନା ଗଭୀର
ମହାନ ହୃଦୟ ଆତ୍ମା ,
ସ୍ଵାର୍ଥ ସାଧାନାର ନାହିଁ ଚିହ୍ନବର୍ଣ୍ଣ
ଗଢିଛନ୍ତି ବିଶ୍ଵକର୍ମା ! !
ଶୀତଳ ପରଶ ଅବା ମହାତାପ
ସବୁତ ମଙ୍ଗଳ କୃତ ,
ଋତୁ ଅନୁସାରେ ପୃଥିବୀ ବକ୍ଷରେ
ନିରଳସେ ନିୟୋଜିତ !!
ମହାଆକାଶରୁ ମର୍ତ୍ତ୍ୟପୁରବନ୍ଧୁ
ସୂର୍ଯ୍ୟ ଚନ୍ଦ୍ରମଣି ସୁତ ,
ଉଜ୍ଜ୍ଵଳଆଲୋକେ ପୃଥିବୀଟା ହସେ
ଅକୁଣ୍ଠିତ ଦାନ ସତ !!
ପ୍ରେମର ବାରିଧି ସୂର୍ଯ୍ୟର ପୀରତି
ବଳିଷ୍ଠ ବୈଦାନ୍ଯ ଭାବ ,
ଧରିତ୍ରୀ ବକ୍ଷରେ ସଜଫୁଲ ଫୁଟେ
ସିକ୍ତପ୍ରୀତ ଅନୁଭବ !!
ଜହ୍ନ ରାଇଜର ପ୍ରେମ ଅପରୂପ
ସ୍ମୃତିର ସରଗ ଶଶୀ ,
ପ୍ରେମର ଜୀବନ୍ତ ଉଜ୍ଜ୍ଵଳ ପ୍ରତୀକ
କଇଁଝୁରେ ମର୍ତ୍ତ୍ଯେ ବେଶି !!
ଭଲ ପାଇବାର ଏଇ ନିଦର୍ଶନ
ସତ୍ୟଶିବ ସୁନ୍ଦରମ ,
ପ୍ରେମୀକ ପ୍ରବର ଅଂଶୁ ପ୍ରଭାକର
ନଳିନୀକୁ କରେପ୍ରେମ !!
ମହାକାଶେ ଥାଇ ଭଲପାଏ ସେହି
ପ୍ରେମର କିରଣ ଢାଳି ,
ପାଖୁଡା ମେଲେଇ ହସେ କମଳିନୀ
ପ୍ରେମିକର ମନଜାଣି !!
ଦିନକର ପ୍ରିୟା କମଳିନୀ ଶ୍ରେୟା
ପ୍ରେମୀକ ଖୁସିରେ ଖୁସି ,
ଦିନବୃଦ୍ଧି ଦେଖି ହୁଏ ମହାସୁଖୀ
ସରାଗରେ ଉଠେହସି !!
ସୂରୁଜ ଚନ୍ଦର ପ୍ରକୃତ ପ୍ରେମୀକ
ସୃ୍ଷ୍ଟିର ବିଭବରାଜି ,
ପ୍ରେମୀକ ସମାଜ ଶିକ୍ଷାକର ମିତ
ବୀରହ'ଟା' ଯିବହଜି ! !
ଦୈହିକ ବାସନା ନୁହେଁ ଉପାସନା
ପ୍ରେମାତ୍ମା ପବିତ୍ର ସ୍ଵଚ୍ଛ ,
ସୂର୍ଯ୍ୟ ଚନ୍ଦ୍ର ଦେବ ପ୍ରେମର ସ୍ଵରୂପ
ସ୍ଵର୍ଗୀୟ ପ୍ରେମର ଉତ୍ସ !!
