ପ୍ରେମବିନା ଏ ପ୍ରୃଥିବୀ
ପ୍ରେମବିନା ଏ ପ୍ରୃଥିବୀ
ମୁଁ ଏକ- ଭ୍ରମର-
ମୋ-ମନର- ଉପକୂଳେ
ଲହଡି -ଭାଗଂଇ-ନିତି
କାମନାର -ଅଜସ-୍ରଜୁଆର
ଅପ୍ରତିରୋଧ୍ୟ -ସେ ଢେଉ
ଗତି-ତାର ଅଟଇ-ପ୍ରଖର,
ଚୂର୍ଣକରେ -ଧଇର୍ଯ୍ୟର
ସେତୁ- ବାରମ୍ବାର।।
ମୋକର୍ଣରେ- ବାଜିଉଠେ
ମ୍ନର୍ହୂମୁର୍ହୂ--
କାହାର ଏ ପ୍ରୀତି -ପୂରବୀର
ଚମତ୍କାର -ମଧୁର- ଝଂକାର,
କୋଟିବ୍ରହ୍ମାଣ୍ଡସୁନ୍ଦରୀ
କିବାଅଟେ- ଲାବଣ୍ୟବତୀର,
ବିରହୀଯକ୍ଷ -ବଧୂର
କିବାଅଟେ ରମ୍ଭା ଉର୍ବଶୀର ।।
ଜାଗିଉଠେ ପ୍ରାଣରେ- ମୋହର
କେଉଁଏକ ନବ- ଉନ୍ମାଦନା,
ସେହିନବ- ଜାଗରଣେ
ବେଳୁଁବେଳ ହୁଏ ମୁଁ ଉନ୍ମନା।
ଜାଣେନାହିଁ କାହାର ସେ ମାୟା
ଯା-ଯୋଗୁଁମୁଁ ହୁଅଇ ଅଧୀର
ବଣମଲ୍ଲୀକାର ଅବା
ଅଟଇ ସେ- ପାରିଜାତ
ନନ୍ଦନ- ବନର,
କିବାଅଟେ କେଉଁଏକ
ଚପଳ -ଛନ୍ଦାର।।
ହଜିଯାଏ -ମନପ୍ରାଣ
ବସନ୍ତର- ମହୁଆ- ନିଶାରେ
ବୁଡିଯାଏ ପ୍ରେମ -ପାରାବାରେ
ଆଖିରେ ମୋ- ଭାସିଉଠେ
ରାଶିରାଶି -ରଂଗୀନ୍ ସ୍ୱପନ।
ସେ ସ୍ବପନେ ହୁଏ ମୁଁ ବିଭୋର,
ସ୍ପନ୍ଦନେ ସ୍ପନ୍ଦନେ ଖାଲି ଅନୁଭବେ
ପ୍ରେମ -ବିନା ଏ -ପୃଥିବୀ
ଅଟେ ଅବାନ୍ତର।।