Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu mita

Others

3  

Madhu mita

Others

ପ୍ରେମାଭାସ

ପ୍ରେମାଭାସ

1 min
324



କହି ପାରେନା

ରହି ପାରେନା

ସହି ପାରେନା

ବହି ପାରେନା ।


ଦେଇ ପାରେନା

ନେଇ ପାରେନା

ଥୋଇ ପାରେନା

ଶୋଇ ପାରେନା ।


ହସି ହୁଏନା

ଖସି ହୁଏନା

କଷି ହୁଏନା

ପେଶି ହୁଏନା।


ଲୁହ ଝରାଏ

କୋହ ଦେଖାଏ

ମୋହ ଲଗାଏ

ଦେହ ଜଳାଏ ।


ଗରମ

ହେଉ କି

ନରମ..!

ଏ କିନ୍ତୁ

କଥାଟି

ମରମ

ଯାହା...


ବୁଝି ହୁଏନା

ଭାବି ହୁଏନା

ଭୁଲି ହୁଏନା

ଛାଡ଼ି ହୁଏନା ।


କଥା ମାନେନା

ଦେଖା ଯାଏନା

ରୋକି ହୁଏନା

ବାଡ ଜାଣେନା ।


ଦେଖି ହୁଏନା

ଲେଖି ହୁଏନା

ରଖି ହୁଏନା

ଶିଖି ହୁଏନା ।


ସତ ଲାଗେନା

ମନ ବୁଝେନା

ପ୍ରେମାଭାଷ କେବେ

ମିଛ ହୁଏନା…।



Rate this content
Log in