STORYMIRROR

banaja nandini mishra

Others

3  

banaja nandini mishra

Others

ପ୍ରେମ

ପ୍ରେମ

1 min
123


ଯାହାର ସଂଜ୍ଞା ସଦା ଅଟେ ଭିନ୍ନ ଭିନ୍ନ

ଯିଏ ଶାଶ୍ୱତ ପୁଣି ଚିରନ୍ତନ

ଅଚଳ ନୁହେଁ ଅଟଳ ଚୀର ଅମ୍ଳାନ

କେବେ ସେ ପରୀକ୍ଷା ପ୍ରତୀକ୍ଷା

କେବେ ପ୍ରତିଜ୍ଞା ଉପେକ୍ଷା

ସ୍ୱାଭିମାନର ଜ୍ୱଳନ୍ତ ଉଦାହରଣ

ନାଁ ତାର ପ୍ରେମ ପ୍ରେମ ଆଉ ପ୍ରେମ ।

କମ କହିବା ବେଶୀ ବୁଝିବା

କମ ପାଇବା ବେଶୀ ହରାଇବା

ଯାହା ପାଖେ ବିଜୟ ପରାଜୟ

ସଫଳତା ବିଫଳତାର ସ୍ଥାନ ନାହିଁ

ଲୋକ ଦେଖାଣିଆ ନୁହେଁ

ସ୍ୱାର୍ଥ ବିହୀନ ଥାଏ ଗଭୀରତା

ଥାଏ ତ୍ୟାଗ ଆତ୍ମୀୟତା ସେବା ।

ଯାହାର ନାହିଁ ଆରମ୍ଭ କି ଶେଷ

ଅଭିଯୋଗ କିମ୍ବା ଅବଶୋଷ

ଯାହା ସାରା ଜଗତରେ ବ୍ୟାପ୍ତ

ରୂପ ତାର ଅନାବିଳ ଅକୁଣ୍ଠିତ

ସୀମାହୀନ ଅବର୍ଣ୍ଣନୀୟ ସାତ୍ତ୍ଵିକ

ରହିଛି ରହିବ ମୂଲ୍ୟ ତାର ସରିବକି 

ପାଳି ଦେଲେ ଗୋଟିଏ ଦିବସ ।

ବାସହୀନ ପୁଷ୍ପ ପରି କିବା ମୂଲ୍ୟ

ଜୀବନରେ ନାହିଁ ଯେବେ ପ୍ରେମ

ଈଶ୍ୱରଙ୍କ ପରି ଯାହାକୁ କେବଳ

ଅନୁଭବ କରି ହୁଏ ହେଲେ

କରି ହୁଏ ନାହିଁ ସ୍ପର୍ଶ ।

ନିନ୍ଦିତ ନୁହେଁ ସଦା ସୁଗନ୍ଧିତ

ଯାହାକୁ ପାଇ ସର୍ବେ ଆନନ୍ଦିତ

ଲାଂଛିତ ନୁହେଁ ଯିଏ ପ୍ରଶଂସିତ

କ୍ରୋଧ ଈର୍ଷା ଘୃଣା ପରେ ବି

ଯିଏ ସମସ୍ତଙ୍କୁ ବାନ୍ଧି ରଖେ

ସେହି ପ୍ରେମ ଏକା ସତ୍ୟ

ସେହି ପ୍ରେମ ଏକା ସତ୍ୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍