ପ୍ରେମ
ପ୍ରେମ
ଅବର୍ଣ୍ଣନୀୟ ପ୍ରେମ କାହାଣୀ, ସେ କଥା କହି ନ ହୁଏ,
କହି ନ ପାରି ଶର୍କରା ସ୍ୱାଦ, ଘୁଙ୍ଗା ମିଠା ହସୁଥାଏ ।
ପୋଥି ପଢି ପଢି ସଭିଏ ଗଲେ, କେହି ହେଲେ ନାହିଁ ଜ୍ଞାନୀ,
ଅଢେଇ ଅକ୍ଷର ପ୍ରେମର ଭାଷା ପଢି ପାରେ ମାତ୍ର ଜ୍ଞାନୀ ।
ଜନ୍ମ ହୁଏନି ବାଡ଼ିରେ ପ୍ରେମ, ହାଟେ ପ୍ରେମ ବିକ୍ରି ନାହିଁ,
ରାଜା ପରଜା ଯାହାକୁ ରୁଚେ, ନେଇ ଯାଏ ମୁଣ୍ଡ ଦେଇ ।
ପ୍ରେମର ଗଳି ସଂକୀର୍ଣ୍ଣ ଅତି, ଦୁହିଙ୍କ ନିମନ୍ତେ ନାହିଁ,
ଯେବେ ମୁଁ ଥଲି, ହରି ନ ଥିଲେ, ହରି ଅଛନ୍ତି, ମୁଁ ନାହିଁ ।
ତୁ, ତୁମେ, କରି ଡାକି ହଜିଗଲି ନିଜ ଶରୀରରେ ମୁଁ ,
ପୁନର୍ଜନ୍ମ ବଳି ପଡ଼ିଗଲେ, ଯୁଆଡେ ଦେଖେ ତୁ ହି ତୁ ।
ପ୍ରେମୀ ଖୋଜିବାକୁ ମୁଁ ଚାଲିଲି, ପ୍ରେମୀ ମିଳିଲେନି କେହି,
ପ୍ରେମୀ ସାଥୀରେ ପ୍ରେମୀ ମିଳିଲେ, ସବୁ ବିଷ ସୁଧା ହୋଇ ।
ରାମ ନାମରେ ପ୍ରେମର ରସ, ସ୍ୱାଦ ମିଳେ ପାନ କଲେ,
କବୀର, ତାହା ଅତି ଦୁର୍ଲଭ, ମୁଣ୍ଡ ଦେଲେ ଯାଇ ମିଳେ ।
ଚାହିଲେ ପିଅ ପ୍ରେମର ରସ, ଚାହିଲେ ରଖ ଗୁମାନ,
ଦୁଇଟି ଖଣ୍ଡା ଏକ ଖୋଳରେ, ଦେଖିନି, ଶୁଣିନି କାନ ।
କବୀର ପ୍ରେମ ରସ ଚାଖିନ, ତ ଚାଖିନ ରସ ସବୁ,
ଶୂନ୍ୟ ଘରକୁ ବନ୍ଧୁ ଯେପରିି, ଆସିବା ଭଳି ତୁ ଯିବୁ ।
ମନନ ଚକି, ପ୍ରେମ ଦଉଡ଼ି, ମନ ନିତ୍ୟ ଇଚ୍ଛାକାର ।
ପଦ୍ମ କୂପରେ ପ୍ରେମର ନୀର, ପିଇବାକୁ ବାରମ୍ବାର ।
