STORYMIRROR

Dr Subas Chandra Rout

Others

4  

Dr Subas Chandra Rout

Others

ପ୍ରେମ

ପ୍ରେମ

1 min
195


ଅବର୍ଣ୍ଣନୀୟ ପ୍ରେମ କାହାଣୀ, ସେ କଥା କହି ନ ହୁଏ, 

କହି ନ ପାରି ଶର୍କରା ସ୍ୱାଦ, ଘୁଙ୍ଗା ମିଠା ହସୁଥାଏ ।

ପୋଥି ପଢି ପଢି ସଭିଏ ଗଲେ, କେହି ହେଲେ ନାହିଁ ଜ୍ଞାନୀ, 

ଅଢେଇ ଅକ୍ଷର ପ୍ରେମର ଭାଷା ପଢି ପାରେ ମାତ୍ର ଜ୍ଞାନୀ । 

ଜନ୍ମ ହୁଏନି ବାଡ଼ିରେ ପ୍ରେମ, ହାଟେ ପ୍ରେମ ବିକ୍ରି ନାହିଁ,

ରାଜା ପରଜା ଯାହାକୁ ରୁଚେ, ନେଇ ଯାଏ ମୁଣ୍ଡ ଦେଇ ।

ପ୍ରେମର ଗଳି ସଂକୀର୍ଣ୍ଣ ଅତି, ଦୁହିଙ୍କ ନିମନ୍ତେ ନାହିଁ, 

ଯେବେ ମୁଁ ଥଲି, ହରି ନ ଥିଲେ, ହରି ଅଛନ୍ତି, ମୁଁ ନାହିଁ ।

ତୁ, ତୁମେ, କରି ଡାକି ହଜିଗଲି ନିଜ ଶରୀରରେ ମୁଁ , 

ପୁନର୍ଜନ୍ମ ବଳି ପଡ଼ିଗଲେ, ଯୁଆଡେ ଦେଖେ ତୁ ହି ତୁ । 

ପ୍ରେମୀ ଖୋଜିବାକୁ ମୁଁ ଚାଲିଲି, ପ୍ରେମୀ ମିଳିଲେନି କେହି, 

ପ୍ରେମୀ ସାଥୀରେ ପ୍ରେମୀ ମିଳିଲେ, ସବୁ ବିଷ ସୁଧା ହୋଇ । 

ରାମ ନାମରେ ପ୍ରେମର ରସ, ସ୍ୱାଦ ମିଳେ ପାନ କଲେ,

କବୀର, ତାହା ଅତି ଦୁର୍ଲଭ, ମୁଣ୍ଡ ଦେଲେ ଯାଇ ମିଳେ । 

ଚାହିଲେ ପିଅ ପ୍ରେମର ରସ, ଚାହିଲେ ରଖ ଗୁମାନ, 

ଦୁଇଟି ଖଣ୍ଡା ଏକ ଖୋଳରେ, ଦେଖିନି, ଶୁଣିନି କାନ ।

କବୀର ପ୍ରେମ ରସ ଚାଖିନ, ତ ଚାଖିନ ରସ ସବୁ, 

ଶୂନ୍ୟ ଘରକୁ ବନ୍ଧୁ ଯେପରିି, ଆସିବା ଭଳି ତୁ ଯିବୁ ।

ମନନ ଚକି, ପ୍ରେମ ଦଉଡ଼ି, ମନ ନିତ୍ୟ ଇଚ୍ଛାକାର ।

ପଦ୍ମ କୂପରେ ପ୍ରେମର ନୀର, ପିଇବାକୁ ବାରମ୍ବାର । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍