STORYMIRROR

Sanjukta Rout

Others

3  

Sanjukta Rout

Others

ପ୍ରେମ ପୂଜାରିଣୀ

ପ୍ରେମ ପୂଜାରିଣୀ

1 min
714


ମନର କାନ୍ଭାସେ
ଆପେ ଆଙ୍କି ହୁଏ
ପ୍ରିୟତମ, ତୁମ ଛବି !

ଭିଡ଼ ଭିତରେ ବି
ସ୍ମୃତି ଭାସି ଆସେ
ତୁମ କଥା ଭାବି ଭାବି ।

ସ୍ମୃତି ତୁମ ନିତି
ମହ୍ଲାର ତୋଳେ
ସ୍ମିତ ମାଧୁରିମା ସୁରେ ।

ନିରାଶା ମନେ ମୋ'
ଭରେ ଆଶା ଅଂଶୁ ,
ଗୁପ୍ତ ପ୍ରଣୟର ଧାରେ ।

ସିକ୍ତ ହୁଏ ପ୍ରାଣ
ତୁମ ପ୍ରେମ ନୀରେ
ଶତ ଶିହରଣ ଖେଳେ ।

ମନ ଉପବନେ
ପ୍ରିୟ, ତୁମ ଲାଗି
ପ୍ରୀତିର ସଉଧ ତୋଳେ ।

ପ୍ରତୀକ୍ଷାରେ ତବ
ପ୍ରେମ ପୂଜାରିଣୀ
ରହିଛି, ରହି ତ' ଥିବ ।

ସାକ୍ଷୀ ଅଛି ସ୍ମୃତି
ଆମ ପ୍ରେମ, ସାଥୀ
ସତେକି ସତ ହୋଇବ !


Rate this content
Log in