STORYMIRROR

Renuka Samal

Others

3  

Renuka Samal

Others

ପ୍ରେମ ନୁହେଁ ସ୍ୱପ୍ନ ପୁରୀ

ପ୍ରେମ ନୁହେଁ ସ୍ୱପ୍ନ ପୁରୀ

1 min
20


ମୋ ଜୀବନର ସବୁ କିଛି ଯଦି 

ଦେଲି ତୁମ ହାତେ ବଢାଇ,

ସଂସାରରେ ତୁମେ କେମିତି କା ଜୀବ 

ଦେଲ ପାଦେ ମୋତେ ଆଡେଇ।


ପ୍ରତି ମୁହୂର୍ତ୍ତରେ ଥିଲି ଯଦି ହୃଦେ

କେମିତି ଗଲି ମୁଁ ଦୂରେଇ,

ମିଛ ବାହାନାରେ କେମିତି କେଜାଣି

କଳହ ତ ଦେଲ ଲଗାଇ।


ଛଳନାରେ ମୋର ହୃଦୟକୁ ଛନ୍ଦି

ଜୀବନେ ଢାଳିଲ ଜହର,

କେମିତି ମୁଁ ଏବେ ବିଶ୍ୱାସ କରିବି

ମୁଁ କି ନିଜେ ନୁହେଁ ନିଜର।


ତୁମ ପ୍ରିତି ସୁଧା କଳଙ୍କିତ କଲା

ପ୍ରଣୟର ପରିଭାଷା,

ପ୍ରେମୀ ଯୁଗଳ କି ସନ୍ତାପି ହୋଇବେ

ପ୍ରେମେ ନପାଇ ଭରସା ।


କିଏ ବା କାହାକୁ ଭଲ ବା ପାଇବ

ଅନ୍ଧ ଭାବେ ପ୍ରେମ କରି,

ଦୁନିଆଁ କି ହେବ ଛଳ ଶଠତାର

ଅମା ରାତ୍ରି ସ୍ୱପ୍ନପୁରୀ।


        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍