STORYMIRROR

Jyotsnarani Panda

Others

3  

Jyotsnarani Panda

Others

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

1 min
203


ପ୍ରେମ ନୁହେଁ ପାପ 

ନୁହେଁ ବି ଅଭିଶାପ 

କେହି ବି ନୁହେଁ ସମର୍ଥ କରିବାକୁ 

ତା'ର ମାପ 

ଅମୂଲ ତା' ମୂଲ 

ତା ଗଭୀରତା 

ଅଦୃଶ୍ୟ ଓ ଅମାପ ...


ପ୍ରେମ ଶାଶ୍ଵତ 

ପୁଣ୍ୟ ପବିତ୍ର 

ଏକ ନୈସର୍ଗିକ ଭାବନା

ମନ ହୃଦୟର ଏକ 

ନିବିଡ ବନ୍ଧନ ....


ଏକ ଛଳନା ରହିତ ଛନ୍ଦ 

ଏକ ଜୀବନ ସଂଗୀତ 

ସଦା ଝର ଝର ଅମୃତ ...


ପ୍ରୀତିର ପୀୟୂଷ 

ସମ୍ପର୍କକୁ ସାଇତି 

ରଖିବାର ଏକ 

ପ୍ରକୃଷ୍ଟ ମାଧ୍ୟମ .....


ସତରେ ସେ ସିକ୍ତ ଭାବନା 

ଅନନ୍ୟ ଅନୁପମ ...


ହେଉ ସେ ନନ୍ଦ ଯଶୋଦାଙ୍କ ବାତ୍ସଲ୍ୟ ପ୍ରେମ 

ଅଵା 

ରାଧା ମାଧବଙ୍କ 

ମାଧୁର୍ଯ୍ୟ ପ୍ରେମ 

ଅଵା 

ମୀରା ମୋହନଙ୍କ 

ନୈସର୍ଗିକ ପ୍ରେମ 

ଅବା କୃଷ୍ଣ ଦ୍ରୌପଦୀଙ୍କ ନିଃସ୍ଵାର୍ଥ 

ସଖ୍ୟଭାବର ପ୍ରେମ ...


ପ୍ରେମ ତ ସର୍ବଦା 

ଶାନ୍ତ ଶୀତଳ ସୁରଭିତ

ତାର ତେଜ 

ଅମ୍ଳାନ ଅକ୍ଷୁର୍ଣ୍ଣ 

ଚିର ଅମଳିନ ....


ହେଇପାରେ ପଞ୍ଚୁପାଣ୍ଡବଙ୍କ ଭ୍ରାତୃପ୍ରେମ 

ଅବା 

ଅଯୋଧ୍ୟାର ରାଜା ଦଶରଥଙ୍କ ପୁତ୍ରମାନଙ୍କ ଭିତରେ 

ଥିବା ଆଜ୍ଞାବହ ଓ 

ଅନୁରାଗଭରା ପ୍ରେମ 

ଅଵା 

ପିତାମହ ଭୀଷ୍ମଙ୍କ 

ହସ୍ତିନାପୁର ପ୍ରତି ଥିବା

ତ୍ୟାଗ ଓ ମମତ୍ଵଵୋଧ 

ଅଵା 

ସୁଦାମା ଓ ଶ୍ରୀକୃଷ୍ଣଙ୍କ 

ମଧ୍ୟରେ ଥିବା ଵନ୍ଧୁପ୍ରୀତି ଆବେଗ ଓ ଅନୁରକ୍ତି .....


ପ୍ରକାର ଭେଦରେ ଯେତେଵି ଫରକ ଥାଉ ନା କାହିଁକି ...


ପ୍ରେମ ତ ନିତ୍ୟ ନିୟମିତ 

ଏକ ସୁଗନ୍ଧ ଚନ୍ଦନ 

ଏକ ଦିଵ୍ୟତ୍ଵର ବୃନ୍ଦାବନ 

ସମ୍ପର୍କର ଏକ ସୁସଜ୍ଜିତ ତୋରଣ 

ମିଠାମିଠା ସମ୍ଭାଷଣ 


ସତେ ଅଵା ମଳୟର

ମୃଦୁ ମୃଦୁ ସମୀରଣ ....


ବେଳେବେଳେ ଅନୁଭବ ହୁଏ

ଜୀଵନ ଯମୁନା କୂଳରୁ 

କୋମଳ କଦମ୍ବ ମୂଳରୁ 

ଭାସି ଭାସି ଆସେ 

ସାତସୁରରେ ସେ କୁହୁକ ଭରା କିମିଆକରା ପ୍ରେମର ଏକ 

ମଧୁର ମୋହନ ବଂଶୀର ସ୍ଵନ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍