STORYMIRROR

Ajit Kumar Raut

Others

3  

Ajit Kumar Raut

Others

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

1 min
183


ପ୍ରେମୀ କରେ ପ୍ରେମ ପ୍ରେମିକାକୁ ତାର

  ଅଟେ ନୁହେଁ ପାପ ସେହୁ 

ହୃଦୟେ ହୃଦୟ ଦୁହିଁଙ୍କ ମିଳନ

  ମହା ଧର୍ମ ଅଟେ ସେହୁ।


ସ୍ୱାର୍ଥରେ ଜଡ଼ିତ ପ୍ରେମ ହିଁ ଦୁହିଁଙ୍କ

  ଅଟେ ମହାପାପ ସେହୁ 

ବାସନା ନିମନ୍ତେ ପ୍ରେମ ହିଁ ଦୁହିଁଙ୍କ

  ସମାଜେ କଳଙ୍କ ସେହୁ।


କଳଙ୍କିତ ସେହୁ କରେଟି ସମାଜେ

 ଧୀକାର ତାର ଜୀବନ 

ମହା ପାପୀ ସେହୁ ମନୁଷ୍ୟ ଜୀବନେ

 ନାହିଁ ପ୍ରଭୁ ପଦେ ସ୍ଥାନ।


ଆତ୍ମା ସଙ୍ଗେ ଆତ୍ମା ମିଳନ ଦୁହିଁଙ୍କ

 ଜୀବନ ଯାତ୍ରାର ସାଥି 

ଦୁଃଖ ଓ ଖୁସିରେ ସହଭାଗୀ ଦୁହେଁ

 ଗୃହସ୍ଥାଶ୍ରମର ସାଥି।


ଗୁରୁଜନ ପ୍ରତି ଭକ୍ତି ପ୍ରେମ ତାଙ୍କ

 ପ୍ରଭୁଙ୍କ ଚରଣେ ଭକ୍ତି 

ସମଭାବ ମନ୍ତ୍ର ଗୃହସ୍ଥାଶ୍ରମରେ

 ଅତିଥି ସେବାରେ ଭକ୍ତି।


ଜନସେବା ପ୍ରତି ଆଦର ତାଙ୍କର

 ରାଷ୍ଟ୍ର ସେବା ପ୍ରତି ଭକ୍ତି 

ଜଗନ୍ନାଥ ଭକ୍ତି ନିତ୍ୟେ ଜପମାଳି

 ନିଃସ୍ୱାର୍ଥ ପ୍ରେମରେ ଭକ୍ତି।


ପ୍ରେମ କରେ କେହୁ ବାସନା ପାଇଁରେ

 ନୁହେଁ ପ୍ରେମ ତାର ସେହୁ 

ଶାରୀରିକ ସୁଖ ପାଇବା ନିମନ୍ତେ

 କରୁଥାଏ ପ୍ରେମ ସେହୁ।


ସୁଖ ଟଳି ଗଲେ ବହିଷ୍କାର କରେ

 ବଦନାମି ପ୍ରେମିକାର 

ଇହଲୋକେ ନାହିଁ ପରଲୋକେ ନାହିଁ

 ନାହି ହିଁ ମୁକ୍ତି ତାହାର।


ମହାପାପୀ ଅଟେ ମନୁଷ୍ୟ ସମାଜେ

 କର ବହିଷ୍କାର ତାର

ବୃଥା ତା ଜୀବନ କଳଙ୍କିତ ହୁଏ

 ଅଟେଟି ଦୁଷ୍କର୍ମୀ ନର।


ପ୍ରେମ ଅଟେ ଧର୍ମ ନିଃସ୍ୱାର୍ଥ ମିଳନେ

  ଜୀବନ ସାଥିର ପାଇଁ 

ସପଥ ତାଙ୍କର ଜୀବନ ଯାତ୍ରାରେ

 ସଙ୍ଗରେ ରହିବା ପାଇଁ।


ପ୍ରେମର କାହାଣୀ ଅମର ତାଙ୍କର

  ଜନଜନେ ଶିକ୍ଷା ଦିଏ 

ଆଦର୍ଶ ପ୍ରେମଟି ଗୃହସ୍ଥାଶ୍ରମରେ

  ପ୍ରେରଣା ରାଷ୍ଟ୍ରକୁ ଦିଏ।


ଜଗନ୍ନାଥ ଭକ୍ତି ଜପମାଳି ତାଙ୍କ

  ଗୁଞ୍ଜୁ ଥାଏ ହୃଦୟରେ 

କୃଷ୍ଣ ରାମ ନାମ ଅନ୍ତରେ ତାଙ୍କର

  ଜନସେବା ନିରନ୍ତରେ।


ଏହୁ ପ୍ରେମ ଅଟେ ପାପ ନୁହେଁ କେବେ

  ପ୍ରେମ ଶ୍ରଦ୍ଧା ଭାବ ତହିଁ 

ନିଃସ୍ୱାର୍ଥ ପ୍ରେମରେ ପ୍ରେମ ଭାବ ତାର

  ଅଟେ ପ୍ରେମ ଧର୍ମ ତହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍