ପ୍ରେମ ନୁହେଁ ପାପ
ପ୍ରେମ ନୁହେଁ ପାପ
ପ୍ରେମ ନୁହେଁ ପାପ
ଏ କହି ପାରିବା କି?
ଯଦି ହଁ,
ମୁଁ ନିରୁପାୟ
ଯଦି ନା,
ସୁଶୃଙ୍ଖଳିତ ତୁମେ।
ଏଠି ଭବିଷ୍ଯତ ପାଇଁ ଶୁଭଙ୍କର ହେଉ।
କିନ୍ତୁ ଯେବେ ଅପ୍ରାପ୍ତ କାଳରୁ ସାମାନ୍ଯ ସୁଖ ଓ ସମ୍ଭୋଗରେ ମଗ୍ନ
ଆଉ ବି ବାପା କିଏ
ସ୍ବୀକୃତି ନ ମିଳିଲା
ତାକୁ ପାପ ହିଁ କହିବା
ଯଦି ହଁ,
ଧୀଟ ଆଉ ନୀଚ୍ଚରୁ ନିବୃତ୍ତ ହିଁ ହେବା
ଯଦି ନା,
ମାଡି଼ଯିବା ଆଗକୁ
ଯେମିତି ମାଡି଼ଚାଲେ ନଦୀ
ପବନ ବି ଅହରହ କ୍ଷୁଧାରେ କ୍ଷୁଧାରେ।
କିନ୍ତୁ ଏମାନେ ତ ସୁଶୃଙ୍ଖଳିତ
ଜଗତର କଲ୍ଯାଣ ସକାଶେ ଆଦେଶ ପାଇଛନ୍ତି
ପ୍ରତିକ୍ଷଣେ ପ୍ରେମ କରିବାକୁ।
ଦେଖ !
ଆଜିକାଲି ସମାଜରେ ଘଟୁଛି
ପୁଅ ମାଆଙ୍କୁ ଧରି ପଳେଇଲା
ବାପା ବି ଝିଅକୁ
ଶ୍ଵଶୂର ବି ପୁତ୍ର ବୋହୂଙ୍କଠି ମନ
ପୁତୁରା ଖୁଡି଼ଙ୍କୁ ତ ଝିଆରୀ କାକାଙ୍କୁ
ଫେସବୁକରେ ବଡ଼ ଦୃଶ୍ଯମାନ।
ଏହା ବି ତ ପ୍ରେମ ହୋଇଥାଏ।
ତେବେ କୁହନ୍ତୁ ତ
ଏହା ପାପ ନା ପୂଣ୍ଣ୍ଯ?
ଯଦି ପାପ,
ପ୍ରେମ ନୁହେଁ ପାପ-
ଏହା ଯଥାର୍ଥତା କି?
ଯଦି ପୂଣ୍ଣ୍ଯ,
ମାଡିଯିବା ଆଗକୁ ଆଗକୁ
ଯେଉଁଠି ସମାଜ ଓ ରାଷ୍ଟ୍ର ନିନ୍ଦା କରୁ ପଛେ
ମସଗୁଲ ହୋଇ ରଖିନେବା କୀର୍ତ୍ତି।
ଢଳଢ଼ଳ ପଦ୍ମ ପରି ସୂର୍ଯ୍ଯଙ୍କୁ ଅନେଇଁ
କନକନ ମନରେ କଇଁ ବି ଚନ୍ଦ୍ରଙ୍କୁ।
ନ ମାନି ପାପ ପୂଣ୍ଣ୍ଯର ହିସାବ।
