ପ୍ରେମ ହିଁ ପ୍ରେମ
ପ୍ରେମ ହିଁ ପ୍ରେମ
ନୁହେଁ ସେହୁ ତହିଁ କେବେ ସ୍ୱାର୍ଥର ପ୍ରେମରେ
ରାଧା କୃଷ୍ଣ ପ୍ରେମ ପରା ଭକ୍ତିର ପ୍ରେମରେ
ଆତ୍ମା ସଙ୍ଗେ ଆତ୍ମା ପରା ମିଳନ ପ୍ରେମରେ
ପ୍ରେମ ପରିଭାଷା ପରା ସ୍ଥାପିତ ମହୀରେ।
ବୃନ୍ଦାବନରେ ସେହୁ କଲେ ଭକ୍ତିର ନୀଳାରେ
ପ୍ରେମ ଭକ୍ତି ଶ୍ରଦ୍ଧା ତହିଁ ଗୁଞ୍ଜେ ଧିରେ ଧିରେ
ଦେବଙ୍କୁ ଦୁର୍ଲ୍ଲଭ ପରା ପ୍ରଭୁଙ୍କ ନୀଳାରେ
ଗୁଞ୍ଜୁ ଥିଲା ପ୍ରେମଟି ରାଧାକୃଷ୍ଣ ନୀଳାରେ।
ଆତ୍ମାର ମିଳନ ତହିଁ ଆତ୍ମାର ସଙ୍ଗରେ
ଭକ୍ତିର ମିଳନ ତହିଁ ଭକ୍ତିର ରଙ୍ଗରେ
ପ୍ରଭୁଙ୍କ ସଂଯୋଗ ତହିଁ ଭକ୍ତର ସାଥିରେ
ଗୁଞ୍ଜେ ବୃନ୍ଦାବନେ ସେହୁ ଭକ୍ତିର ରସରେ।
ବଂଶୀ ଧ୍ୱନି ସଙ୍ଗେ ସଙ୍ଗେ ନୃତ୍ୟର ଝଙ୍କାରେ
ଗୋପୀ ଗୋପିନି ସଙ୍ଗେ ପ୍ରଭୁଙ୍କ ନୀଳାରେ
ଆତ୍ମା ମିଶେ ଯାଇ ପରା ଆତ୍ମାର ସଙ୍ଗରେ
ତାରେ ପଟାନ୍ତାର ନାହିଁ ଏହୁ ମହିଣ୍ଡଳରେ
ବ୍ରହ୍ମାଣ୍ଡ ଠାକୁର ତହିଁ ନୀଳା କଳେବର
ସାକ୍ଷାତରେ ତହିଁ ଦିଶେ ଭକ୍ତିର ସଞ୍ଚାର
ବର୍ଣ୍ଣିବାକୁ ଶକ୍ତି ପରା ନାହିହିଁ କାହାର
ଧନ୍ୟ ଗୋପୀ ଗୋପିନି ଗୁଞ୍ଜେ ଭକ୍ତି ତାଙ୍କର।
ଦେବଙ୍କୁ ଦୁର୍ଲ୍ଲଭ ସେ ସାନ୍ନିଧ୍ୟ ପାଇବାରେ
ଗୋପୀ ଗୋପିନି ନାଚୁ ଛନ୍ତି ପ୍ରଭୁ ସଙ୍ଗରେ
ରାଧାକୃଷ୍ଣ ପରା କର୍ତ୍ତା ବ୍ରହ୍ମାଣ୍ଡ ଭିତରେ
ସୃଷ୍ଟିର ଭିଆଣ ପରା ତାଙ୍କରି ହସ୍ତରେ।
ଏକ ପିଣ୍ଡ ଏକ ଆତ୍ମା ନୀଳା କରୁଛନ୍ତି
ଭକ୍ତି ପ୍ରେମ ଶ୍ରଦ୍ଧା ଜ୍ଞାନ ଜନଙ୍କୁ ଦିଅନ୍ତି
କାମନାରେ ନାହିଁ ଯୁକ୍ତ ଶିକ୍ଷା ଦେଉଛନ୍ତି
ନିଃସ୍ୱାର୍ଥ ଭକ୍ତିରେ ପରା ପ୍ରଭୁରେ ମିଳନ୍ତି।
ହିଂସା ଅହଂକାର ମନୁ ଦୂର କରି ଦିଅ
ସତ୍ୟ ଧର୍ମ ତ୍ୟାଗ ତହିଁ କର୍ମେ ଭରି ଦିଅ
ଜନକଲ୍ୟାଣରେ ମନ ସଦା ଦେଉ ଥାଅ
ରାଧାକୃଷ୍ଣେ ଭକ୍ତି ପରା ସଦା କରୁ ଥାଅ।
ତେବେ ହିଁ ସାନ୍ନିଧ୍ୟ ହେବେ ପ୍ରଭୁ ନିରାକାରେ
ନିଜ ପୁରେ ରଖିବେ ସେ କରିଣ ଆଦରେ
ନର ଜନମ ଯନ୍ତ୍ରଣା ପ୍ରଭୁ କରିବେ ଦୂରରେ
ଦେବେ ଅଭୟ ବର ବ୍ରହ୍ମାଣ୍ଡ ଠାକୁରେ।
ମନୁଷ୍ୟ ଜନମ ତୋର ସାର୍ଥକ ହୋଇବ
ପ୍ରଭୁଙ୍କ ଚରଣେ ତୋର ସ୍ଥାନଟି ରହିବ
ନରହିବ ଦୁଃଖ କଷ୍ଟ ସବୁ ଦୂର ହେବ
ନିଃସ୍ୱାର୍ଥର ଭକ୍ତି ତହିଁ କାରଣ ହୋଇବ।
