STORYMIRROR

ଫାଲଗୁନି ରଣା

Others

3  

ଫାଲଗୁନି ରଣା

Others

ପ୍ରେମ ହେଉ ପରକାଶ

ପ୍ରେମ ହେଉ ପରକାଶ

1 min
274

ପ୍ରେମ ହେଉ ପରକାଶ ମାନବର ହୃଦେ

ପରାପର ନ ବିଚାରୁ ଚିିତ୍ତ ରହୁ ମୁଦେ। 

ସକଳ ପ୍ରାଣୀଙ୍କି ମଣୁ ନିଜ ପରିବାର

ଚେତାଇବାକୁ ନ ପଡ଼ୁ ତାକୁ ବାରମ୍ବାର। 


ପ୍ରେମ ହେଉ ପରକାଶ ଆତ୍ମୀୟ ମଧ୍ୟରେ

ବିଚ୍ଛିନ୍ନ ନୋହୁ ବନ୍ଧନ କେଵେ ହେଲେ ଥରେ

ଜନକ ଜନନୀ ପ୍ରେମ ପ୍ରୟାଗ ର ଜଳ

ଆତ୍ମାଶୁଦ୍ଧି କରିଦେଉ ସ୍ନାହାନେ ସକଳ। 


ପ୍ରେମ ହେଉ ପରକାଶ ଅତୁଟ ଅଟଳ

ଭେଦି ନ ପାରୁ ଯାହାକୁ ବଳ କଉଶଳ

ପ୍ରଣୟ ବିଶିଖେ ନଷ୍ଟ କଲେ ଅହଂକାର

ଜଗତ ର ହିତେ ହେବ ବହୁ ଉପକାର। 


ପ୍ରେମ ହେଉ ପରକାଶ ଦମ୍ପତି ମଧ୍ୟର

ପରସ୍ପର ମଧ୍ୟେ ରହୁ ବିଶ୍ବାସ ଆଦର। 

ପତ୍ନୀ ଦେଉ ସ୍ଵାମୀକୁ ଯେ ଦେବତା ଆସନ

କାନ୍ତ କରୁ କାନ୍ତାମୁଖେ ଦେବୀ ଦରଶନ। 


ଗୁରୁ ଶିଷ୍ୟ ମଧ୍ୟେ ପ୍ରେମ ହେଉ ପରକାଶ

ଆରାଧ୍ୟ ଉପରେ ଥାଉ ଭକ୍ତ ର ବିିଶ୍ୱାସ।

ସ୍ବାମୀ ଅନୁରାଗୀ ହେଉ ପତିବ୍ରତା ନାରୀ

ଦିନ ଯାଉ ଶାଶୁ ଶ୍ୱଶୁରଙ୍କ ସେଵା କରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍