STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ପ୍ରେମ ଦୃମ

ପ୍ରେମ ଦୃମ

1 min
11.6K

ଜଂଜାଳର ମାଟି ତଳେ ପ୍ରେମର ମଞ୍ଜିଟିଏ ପୋତିଦେଲେ 

ଲୁହର ଜଳରେ ବି ସେ ଦୁଇ ପତ୍ର  ମେଲିଦେଇ ପାାରେ। 


ମନି ପ୍ଲାଣ୍ଟ ପରି  ନିଜ ପାଇଁ ପୁଷ୍ଟି ସେ ଶୂନ୍ୟରୁ ବି ସୃଷ୍ଟି କରିପାରେ 

ସୁଖ ହେଉ ବା ଦୁଃଖ ମୋହ ହେଉ ବା କୋହ

ସେ ବଢିଚାଲେ ଆକାଶ ଆଡକୁ ।  


ତାର ଘଞ୍ଚ ସବୁଜିମା  ଛତାଟିଏ  ପରି

ଜୀବନର ଦହନକୁ ଶୀତଳ  କରିଥାଏ

ବୈଶାଖର ଝାଞ୍ଜିକୁ ନିଜ ଭିତରକୁ ଶୋଷିନେେଇ

ନିଜ ରକ୍ତକୁ ବାମ୍ଫ  କରିଦିଏ  ଶ୍ରାବଣର ସ୍ବାଗତ ପାଇଁ । 


ସେ ବୃକ୍ଷର ଘନ ଛାଇ  ତଳେ ସମୟ କଟିଯାଏ ଜଣାପଡେନି

ପିଢି ପରେ ପିଢି ତାର  ମିଠା  ଫଳ ଖାଇ

ସୁସ୍ଥ, ତୃପ୍ତ ଏବଂ  ଶକ୍ତିିଶାଳୀ ହୁୁୁଅନ୍ତି ।


ଏଣୁ ଯେତେବେଳେ ଦୁଃଖ ଆସେ, ଯେବେ ଅଶାନ୍ତି ସତାଏ

ଜୀବନର ଆକାଶରେ ମେଘ  ଘୋଟି ଆସେ 

ସେତେବେଳେ ପ୍ରେମର ମଞ୍ଜିଟିଏ   ପୋଡିଦେଲେ 

ଶୀତଳ ଛାଇ ଟିକେ, ମିଠା ଫଳଟିିଏ ନିଶ୍ଚୟ ମିିଳିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍