STORYMIRROR

subrat kumar jena

Others

3  

subrat kumar jena

Others

ପ୍ରେମ-ଭଲପାଇବାର ଯନ୍ତ୍ରଣା

ପ୍ରେମ-ଭଲପାଇବାର ଯନ୍ତ୍ରଣା

1 min
491

ଛାତିରେ ଛାତିଏ ଯନ୍ତ୍ରଣାକୁ ଚାପିରଖିବାକୁ ପଡେ

ହେଲେ ମୁଁହରେ ନ ଥାଏ ଲେଶେ ମାତ୍ର ଯନ୍ତ୍ରଣାର ଚିହ୍ନ'

କେତେ କେତେ ଆଶା ସବୁ ଧୂଳିସାତ ହୁଏ 

ଏହା କେବଳ ତାକୁ ହିଁ ଜଣା!

ଦେଖିବା ଲୋକ ତ ଅନେକ ଦେଖିବେ ବାଛିବେ

କହିବା ଲୋକତ ଜିରାରୁ ସିରା ବାହାର କରିବେ

ଅଧିକାଂଶ ଭଲ ପାଆନ୍ତି ସଜ ମାଛରେ ପୋକ ପକାଇବାକୁ

ହେଲେ କୁହତ ସବୁଦିନ ଯେ ରଙ୍ଗୀନ ହୋଇ ଉଡ଼ିବୁଲେ

ଯଦି କେବେ ସେ ପ୍ରଜାପତିର ଡେଣା ରଂଗହୀନ ହୋଇଯାଏ

କେମିତି କଟିବ ତା ଦିନ ରାତି?

ହଁ ରାତି ହୁଏତ ତାକୁ ଶାନ୍ତି ଦେଇପାରେ'

କାରଣ ଅନ୍ଧାରର ବୁକୁଚିରି ତାକୁ କେହି ଖତେଇ ହୋଇ ପାରିବେନି

ନିଜ ବିକାରଗ୍ରସ୍ତ ଚେହେରାକୁ ବି କାହା ଆଖି ଆଇନରେ ଦେଖିପାରିବନି

ଥରେ ଭାବି ଦେଖତ !

ଅଶାନ୍ତ ସମୁଦ୍ରର ଝଡକୁ ନିଜ ଭିତରେ ଚାପି ରଖିବା କଣ ସହଜ?

ତଥାପି ମନ ପଡିରୁହେ ନିର୍ଜୀବ କୁମ୍ଭୀରର ଗଣ୍ଡି ପରି

କୋଉ ଏକ ଚିଡିଆଖାନାର ତାର ଜାଲ ଆବଦ୍ଧ ଭିତରେ

କାହିଁକି କେଜାଣି ସେଠୁ ଉନ୍ମୁକ୍ତ ହେବାକୁ ଚାହେନି

ନିଜର ନିଜକୁ ବୋଧେ ଡର ଆରମ୍ଭ ହୋଇଯାଏ

କାଳେ ଉନ୍ମୁକ୍ତ ଦୁନିଆ ତାକୁ ବଞ୍ଚିବାକୁ ଦେବନି

ସେଥିଲାଗି ବୋଧେ ଏକାନ୍ତ ତାର ଚିର ସାଥି

ଯନ୍ତ୍ରଣାରେ ଜଳି ଜଳି ଶେଷ ଅଧ୍ୟାୟକୁ ଅପେକ୍ଷା

ଯୋଉଦିନ ନାଟକରେ ତାର ଯବନିକା ପଡିବ

ତା ସହ ହଜିଯିବ ଆରମ୍ଭ ଆଉ ଶେଷ ତାପାଇଁ କାହାଣୀ ଗୋଟିଏ

ଯେଉଁଥି ଲାଗି ତାକୁ ବହୁଥର ଚରିତ୍ର ପରିଵର୍ତନ କରିବାକୁ ପଡିଥିଲା

ହେଲେ ଏ ସବୁ ଭିତରେ ସେ ଭୁଲି ନଥିଲା ତାର ଜୀବନର ସବୁଠୁ ପ୍ରିୟ ଭଲପାଇବାକୁ....

ଯାହା ଲାଗି ସେ ଆଜି ସଳିତା ସାଜି ଜଳି ଜଳି ଶେଷ ହେବା ଉପରେ

ଏତେ ଭିତରେ ବି ସେ କାହିଁକି ରାଗ ରୁଷା କରିପାରେନି ଭାଗ୍ୟ ଉପରେ

କାହିଁକି ବା କରିବ ସେ ଅଭିମାନ ଭାଗ୍ୟ ଆଣି ଦେଇଥିଲା ତାକୁ

ଆଉ ହଠାତ ଛଡାଇ ବି ନେଲା ତା ଠାରୁ।।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍