STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ପ୍ରେମ ବାରମାସୀ

ପ୍ରେମ ବାରମାସୀ

1 min
538


ପ୍ରେମର ଦିନ? ବାସ୍ ଗୋଟିଏ ଦିନ? ଗୋଟିଏ ସପ୍ତାହ?

ତା ମାନେ ଅନ୍ୟ ଦିନେ ପ୍ରେମ ନାହିଁ?

ନାଁ ନାଁ, ପ୍ରେମରୁ ତ ଏ ସୃଷ୍ଟିର ସୃଷ୍ଟି,

ପ୍ରେମ ପାଇଁ ତ ଆମେ ମଣିଷ,

ଭିନ୍ନ ଏକ ପ୍ରାଣୀ ଯାହାର ମସ୍ତିଷ୍କ ଓ ମନ ମିଶି

ହୃଦୟର ଅଗଣାରେ ପ୍ରେମର ଚାରା ଲଗାନ୍ତି।

ଚାରାଟି ବଢେ, କେତେ ଫୁଲ ଫୁଟେ

ଆକାଶର ତାରାଠୁ ଅଧିକ

ସାଗରର ମୋତିଠୁ ବି ସୈ।ମ୍ର ଏବଂ ଶାନ୍ତ।

ସେ ଗଛରେ ଫୁଲ ଫୁଟେ ବାରମାସୀ

ଆଉ ଯେବେ ଫୁଲ ଫୁଟିବା ବନ୍ଦ ହୁଏ

ମଣିଷ ବି ତଳକୁ ଖସିପଡେ ଝରା ଫୁଲ ପରି।

ସେ ଆଉ ମଣିଷ ହୋଇ ରହେନା

କୁଆଡେ ଅମଣିଷ ଠାରୁ ବି ବେଶୀ ଖରାପ ହୋଇଯାଏ।

ଦେହର ପାଗଳ ଜୀବକୋଷ ପରି

ସେ ବି ପାଗଳ ହୋଇ ଅନିୟମିତ କାୟା ବିସ୍ତାର କରେ

କ୍ୟାନ୍ସର ହୋଇ ସୁସ୍ଥ କୋଷର ହତ୍ୟା କରେ।

ପ୍ରେମର ହିଁ ହାଇ ଡୋଜ୍ କେମୋ ଦରକାର ହୁଏ

ଦରକାର ପଡେ ଭଲପାଇବାର ଉଜ୍ଜ୍ୱଳ ରଞ୍ଜନରଶ୍ମି।

ଏ ଗୋଟିଏ ଦିନର ପ୍ରେମ ଦିବସ ପାଳନ ତ

ବାସ୍ ଔଷଧର ଏକ ନମୁନା ମାତ୍ର।

ଆମେ ସମସ୍ତେ ଶାଶ୍ଵତ ପ୍ରେମ ପତିତପାବନୀ

ବିନ୍ଦୁ ବିନ୍ଦୁ ଦେଇ ପ୍ରେମହୀନ ହୃଦୟ ଗୁଡିକୁ

ସଦା ସର୍ବଦା ପାଇଁ ପ୍ରେମମୟ କରିବାକୁ ପ୍ରତିଶ୍ରୁତିବଦ୍ଧ।


© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ, ଅଗରତାଲା, ତ୍ରିପୁରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍