STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ପ୍ରଦୂଷିତ ହୁଏ ମହୀ

ପ୍ରଦୂଷିତ ହୁଏ ମହୀ

1 min
12K

ପବିତ୍ର ଏ ମାଟି ପାଣି ଓ ପବନ

ପବିତ୍ର ତ ନଦ ନଦୀ ଓ କାନନ

ବୈଦିକ ଯୁଗରୁ ଉତ୍କୃଷ୍ଟ ଭୂଇଁ ମୋ ଏଇ ଏ ଭାତର ବର୍ଷ,

ଶସ୍ୟ ଶ୍ୟାମଳୀମା ପବିତ୍ର ଏ ଧରା

ଗହନ କାନନେ ଦିଶୁଥିଲା ତୋରା

ବିଶ୍ଵେ ବିଜୟ ପତାକା ଲହରୁ ଥାଏ ଯେତେ ତା ଉତ୍କର୍ଷ ।।


ସେଦିନ ମାନବ ଜାତି ବୁଝିଥିଲା

ମାଟି ମାଆ କେତେ ଉର୍ବର ଯେ ଥିଲା

ସୁଦ୍ଧା ସୁବର୍ଣ୍ଣର ଶଶ୍ୟ ଫଳାଇ ସେ ରଖିଥିଲା ପରା ଟେକ,

ମଣିଷେ ମଣିଷ ସ୍ନେହ ଭାବେ ବନ୍ଧା

ଦେଶ ଯଶ ହୀତେ ମଣିଷ ତ ଛନ୍ଦା

ହୋଇ ଭାରତର ଗୈାରବ ବାନା ଯେ ଉଡୁଥିଲା ବିଶ୍ଵଯାକ ।।


ଆଜିର ମଣିଷ ଆବର୍ଜନା ମୟ 

ଚାରଣ ଭୂମି ଏବେ ହୋଇଣି କ୍ଷୟ

ଶଶ୍ୟ କ୍ଷତ୍ରେ ନଭଶ୍ଚୂଭି ଅଟ୍ଟାଳିକା କାନନେ ଶ୍ମଶାନେ ସବୁ 

ପ୍ଲାଷ୍ଟିକ୍ ପଲିଥିନ୍ ଅଳିଆ ପୁର୍ଣ୍ଣ

କରି ମାଟି କେତେ ଆଜି ପ୍ରଦୂଷଣ

ଫଳୁନି ଫସଲ, ସୁନାର ବସୁଧା ମଣିଷେ ହୋଇଛି କାବୁ ।।


ଘାସ ଉଠୁନାହିଁ ଗାଈ ଗୋରୁ ଯେତେ

ଅଳିଆ ଗଦାରୁ ପ୍ଲାଷ୍ଟିକ ଖାଇ ସେ

ଅକାଳେ ମରନ୍ତି ମିଳୁନାହିଁ ଆଉ କାହିଁ ଦେଶି ଗାଈ ଦୁଧ 

ଆବର୍ଜନା ମୟ ଗଦାରୁ ବାହାରେ

ଦୁର୍ଗନ୍ଧ ପବନେ ତହୁଁ ଉଡ଼ି ବୁଲେ

ସ୍ଵତ୍ସତା ଏମିତି ନକହିଲେ ଭଲ ମଣିଷ କିବା ନିର୍ବୋଧ ।।


ପ୍ରଦୂଷଣ ହୋଇ ଏ ଜୀବ ଜଗତ

ରୋଗ ବଇରାଗେ କେତେ ହନ୍ତସନ୍ତ

ପାଣି ପବନ ବି ଏହାର ପ୍ରଭାବେ ହୋଇଯାଏ ପ୍ରଦୂଷିତ,

ବର୍ଜନ କରିବା ଏ ପଦାର୍ଥ ଯେତେ

କହିଲେ କିଏସେ ମାନୁଛି ବା ଏଥେ

ନିଜହାତେ ନିଜେ ଆଜିର ମାନବ ଖୋଜୁଛି ମରଣ ପଥ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍