ପ୍ରଭୁ ଯୋଗୀରାଜ
ପ୍ରଭୁ ଯୋଗୀରାଜ
ଓଁ ନମଃ ଶିବାୟ ପ୍ରଭୁ ଯୋଗୀରାଜ ସଂହାର କରତା ତୁମେ
ଲୋଭ ମୋହ ମାୟା ଛୁଇଁ ପାରିନାହିଁ ଦେଖି ଶିଖୁଥିବା ଆମେ
ଶୈଳପୁତ୍ରୀ ମାତା ତୁମର ଯେ ଜାୟା ଭୋଳା ମହେଶ୍ବର ପ୍ରଭୁ
ଗଣେଶ କାର୍ତ୍ତିକ ଦିଗବିଜୟ ପୁତ୍ର ବୃଷଭ ବାହନ ତୁମ୍ଭର ପ୍ରଭୁ।
ସାଗର ମନ୍ଥନେ ବାସୁକୀର ହଳାହଳ ବିଷ କଲ ପାନ
ନୀଳକଣ୍ଠେଶ୍ଵର ନାମରେ ସେଦିନୁ ଭଜିଲେ ଭକତଜନ
ଜଟାରୁ ତୁମର ଗଙ୍ଗା ଝରେ ବୋଲି ହୋଇଗଲ ଗଙ୍ଗାଧର
ଅଳ୍ପରେ ସନ୍ତୁଷ୍ଟ ହୋଇଥାଅ ପ୍ରଭୁ ତୁମେ ମହାମହେଶ୍ଵର।
ଗଇଶ ଦୁଦୁରା ବେଲପତ୍ର ଜଳେ ସଦା ବୁଡି ରହିଥାଅ
ପଞ୍ଚାମୃତ ପ୍ରଭୁ ଅତିପ୍ରିୟ ତୁମ ସଦା ଦୁଗ୍ଧ ସ୍ନାନ କରୁଥାଅ
ନନ୍ଦି,ଭୃଙ୍ଗି ସାଥେ କୈଳାସରେ ଥାଇ ଲୀଳା ରଚୁଥାଅ
ସଦାଆଖି ମୁଦି ତପସ୍ୟାରେ ମଗ୍ନ ଆଶୁତୋଷ ରୁହ ।
ତୁମ୍ଭ ଶ୍ରୀପୟରେ ନମେ ଏ ଅକିଞ୍ଚନ ସୁତା
ଅସତ୍ୟ ଅଧର୍ମ ପଥେ ନ ଯାଉ ମୋ ମଥା।
