STORYMIRROR

pranati Mahapatra

Others

3  

pranati Mahapatra

Others

ପ୍ରଭୁ ଯୋଗୀରାଜ

ପ୍ରଭୁ ଯୋଗୀରାଜ

1 min
226


ଓଁ ନମଃ ଶିବାୟ ପ୍ରଭୁ ଯୋଗୀରାଜ ସଂହାର କରତା ତୁମେ

ଲୋଭ ମୋହ ମାୟା ଛୁଇଁ ପାରିନାହିଁ ଦେଖି ଶିଖୁଥିବା ଆମେ

ଶୈଳପୁତ୍ରୀ ମାତା ତୁମର ଯେ ଜାୟା ଭୋଳା ମହେଶ୍ବର ପ୍ରଭୁ

ଗଣେଶ କାର୍ତ୍ତିକ ଦିଗବିଜୟ ପୁତ୍ର ବୃଷଭ ବାହନ ତୁମ୍ଭର ପ୍ରଭୁ।


ସାଗର ମନ୍ଥନେ ବାସୁକୀର ହଳାହଳ ବିଷ କଲ ପାନ

ନୀଳକଣ୍ଠେଶ୍ଵର ନାମରେ ସେଦିନୁ ଭଜିଲେ ଭକତଜନ

ଜଟାରୁ ତୁମର ଗଙ୍ଗା ଝରେ ବୋଲି ହୋଇଗଲ ଗଙ୍ଗାଧର

ଅଳ୍ପରେ ସନ୍ତୁଷ୍ଟ ହୋଇଥାଅ ପ୍ରଭୁ ତୁମେ ମହାମହେଶ୍ଵର।


ଗଇଶ ଦୁଦୁରା ବେଲପତ୍ର ଜଳେ ସଦା ବୁଡି ରହିଥାଅ

ପଞ୍ଚାମୃତ ପ୍ରଭୁ ଅତିପ୍ରିୟ ତୁମ ସଦା ଦୁଗ୍ଧ ସ୍ନାନ କରୁଥାଅ

ନନ୍ଦି,ଭୃଙ୍ଗି ସାଥେ କୈଳାସରେ ଥାଇ ଲୀଳା ରଚୁଥାଅ

ସଦାଆଖି ମୁଦି ତପସ୍ୟାରେ ମଗ୍ନ ଆଶୁତୋଷ ରୁହ ।


ତୁମ୍ଭ ଶ୍ରୀପୟରେ ନମେ ଏ ଅକିଞ୍ଚନ ସୁତା

ଅସତ୍ୟ ଅଧର୍ମ ପଥେ ନ ଯାଉ ମୋ ମଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍