ପ୍ରଭୁ ଜଗନ୍ନାଥ
ପ୍ରଭୁ ଜଗନ୍ନାଥ
ପ୍ରଭୁ ଜଗନ୍ନାଥ ଜଗତର ନାଥ
ତୁହି ତ ସୃଷ୍ଟି କରତା
ତୋହରି ନିର୍ଦ୍ଦେଶେ ଆବିର୍ଭୂତ ସବୁ
ତୁହି ତ ଜୀବ ନିର୍ମାତା।
ସୂର୍ଯ୍ୟ ଦିଏ ଖରା ନିତି ପ୍ରତିଦିନେ
ଜୀବଙ୍କ ମଙ୍ଗଳ ପାଇଁ।
ଚନ୍ଦ୍ରମା ପ୍ରକାଶ ପ୍ରକାଶିତ ହୁଏ
ପୃଥିର କଲ୍ୟାଣ ପାଇଁ।
ଦିନରାତ୍ରି ପ୍ରଭୁ ଭିଆଣଟି ତୋର
ଜୀବଙ୍କ ବଞ୍ଚିବା ପାଇଁ
ତାରା ମାଳମାଳ ଦିଶନ୍ତି ରାତ୍ରିରେ
ପୃଥିର ସୌନ୍ଦର୍ଯ୍ୟ ପାଇଁ।
ବର୍ଷା ଶୀତ ଖରା ତହରି ଭିଆଣ
ମନୁଷ୍ୟେ ଦେଇଛୁ ଏହୁ
ଗଛ ଫୁଲ ଫଳ ସୃଷ୍ଟି ହିଁ କରିଛୁ
କରିଛୁ ସବୁତ ଏହୁ।
ବାୟୁ ଅଟେ ପ୍ରାଣ ବହେ ନିରନ୍ତର
ବାୟୁ ପ୍ରାଣ ସୃଷ୍ଟି ତୋର
ସବୁ ଦେଇ ଅଛୁ କରିନି ନିଅଣ୍ଟ
ଅପୂର୍ବ ସୃଷ୍ଟି ହିଁ ତୋର।
ସବୁ ବୈଭବରେ ସଜାଡି ଦେଇଛୁ
ନିଅଣ୍ଟ ରଖିନୁ କିଛି
ସବୁ ପୂର୍ଣ୍ଣ ଏଠି ନାହିହିଁ ନିଅଣ୍ଟ
ଦେଇ ଅଛୁ ସବୁକିଛି।
ଜୀବ ମଧ୍ୟେ ଶ୍ରେଷ୍ଠ କଲୁଟି ମନୁଷ୍ୟେ
ଜ୍ଞାନରେ ଭୂଷିତ କରି
କର୍ମ ଜ୍ଞାନ ଦେଲୁ ଦେଲୁ ସତ୍ୟ ଜ୍ଞାନ
ଧର୍ମପଥେ ପଥ କରି।
ତଥାପି ମନୁଷ୍ୟ କୁକର୍ମରେ ଲିପ୍ତ
ଅଧର୍ମ ପଥରେ ସଦା
କର୍ତ୍ତବ୍ୟର ଜ୍ଞାନ ନାହି ହିଁ ତାହାର
ଜୀବ ହତ୍ୟା କରେ ସଦା।
ମାୟାମୋହେ ପଡ଼ି ପାପ କର୍ମ କରେ
ପର ହିଂସା ତାର ନୀତି
ସ୍ୱାର୍ଥପର ପରି କାର୍ଯ୍ୟଟି ତାହାର
ନିଜ ସ୍ୱାର୍ଥେ ଦିନରାତି।
ପ୍ରଭୁ ଭକ୍ତି ନାହିଁ ଜୀବନ ଜାତକେ
ନାହିଁ ପିତୃମାତୃ ଭକ୍ତି
ଗୁରୁଜନ ପ୍ରତି ନାହିଁ ତା ଆଦର
ଶ୍ରୀଚରଣେ ନାହିଁ ଭକ୍ତି।
କର୍ମର ନିମନ୍ତେ ମନୁଷ୍ୟ ଜୀବନ
ନ କରେ ମନୁଷ୍ୟ କର୍ମ
କର୍ମକୁଢ ପରି ଜୀବନ ତାହାର
ଶୟନେ ବ୍ୟତୀତ କର୍ମ।
ଦେଇଛୁ ମନୁଷ୍ୟେ ସବୁ କିଛି ତୋର
ରଖିନୁ ନିକଟେ କିଛି
ବଡ଼ଦେଉଳରେ ବସିଛୁ ନୀରବେ
ଦେଖୁ ନୟନରେ ବାଛି।
ନୟନ ସେ ନୂହେ ବ୍ରହ୍ମାଣ୍ଡ ଦେଖୁଛୁ
କରେ କେଉଁ କର୍ମ କେହୁ?
କର୍ମଯୋଗୀ କରେ କର୍ମ ପ୍ରତିଦିନ
ବୁଝିଛି କର୍ତ୍ତବ୍ୟ ସେହୁ।
ଭକ୍ତି ନିରନ୍ତର ଶ୍ରୀଚରଣେ ତୋର
କରେ ପିତୃମାତୃ ଭକ୍ତି
ଜନସେବା କରେ ନିତି ପ୍ରତିଦିନ
ରାଷ୍ଟ୍ର କାର୍ଯ୍ୟେ ତାର ଭକ୍ତି।
ନାହିଁ ସ୍ୱାର୍ଥ ତାର ଜୀବନ ଯାତ୍ରାରେ
ଜନକାର୍ଯ୍ୟେ ଆଗଭର
ରାଷ୍ଟ୍ର କାର୍ଯ୍ୟେ ତାର ସମର୍ପଣ ଭାବ
ସମଭାବ ମନ୍ତ୍ର ତାର।
ଏପରି ମନୁଷ୍ୟ ପ୍ରୀୟ ଜନ ତୋର
ଶ୍ରୀଚରଣେ ସ୍ଥାନ ଦେଉ
ସ୍ୱାର୍ଥ ପାପକର୍ମେ ଜଡ଼ିତ ଯେ ପ୍ରାଣୀ
ନରକରେ ସ୍ଥାନ ଦେଉ।
