ପ୍ରଭାତ ପ୍ରାର୍ଥନା
ପ୍ରଭାତ ପ୍ରାର୍ଥନା
ପୁଣ୍ୟମୟ ଏଇ ପ୍ରଭାତେ ଉଦୟ କରମାଳି କର ପ୍ରସାରି
ଅପସରି ଯାଏ କୁଆଁ ତାରା ଦୂରେ ଦିଗାଙ୍ଗୀ ଦିଶଇ ସୁନ୍ଦରୀ
ବହୁଛି ମଳୟ ଅନିଳ
ଆଲୋକିତ ଧରା ଆହାକେଡେ ଚୋରା ମନ ପ୍ରାଣ ହୁଏ ଚଞ୍ଚଳ ।।
ଗଛ,ଲତା ଅଙ୍ଗେ ମୂକୁଳ ବୃନ୍ତରେ ପ୍ରଷ୍ଫୁଟିତ ନବ କଳୀକା
ଏ ରୂପେ ଧରଣୀ ନୀଳ ଛିଟ ଶାଢୀ ରଙ୍ଗେ କି ଅନୁଢା ବାଳିକା
ରୂପରେ ନାହିଁ ପଟାନ୍ତର
ବୈକୁଣ୍ଠ ପୁର ର ଶୋଭା ସୁଷମା କୁ ନିନ୍ଦଇ ପବିତ୍ର ସକାଳ ।।
କଳରବେ ମହୀ ମୁଖରିତ ଚାରୁ ବିହଙ୍ଗେ କରନ୍ତି ବିହାର
ରବମୟ ବିଶ୍ଵ ଉଲ୍ଲସିତେ ନବ ପ୍ରଭାମୟେ ଚମତ୍କାର
ସ୍ଵତ୍ସ ପ୍ରେରଣା ଉତ୍ସ ଇଏ
ମୋ ମନରେ ନବ ପ୍ରମୋଦ ଊନ୍ମେଷେ ସତେକି ଡାକୁଛି କିଏ ।।
ରୁଷି ପୁତ୍ରେ ମିଳି ଯୋଗାସନ, ମୁଦ୍ରା ଉଦିତ ସୂର୍ଯ୍ୟେ “ପ୍ରଣାମ
ପ୍ରଦାନ” କରନ୍ତି ମନେ ଜାଗି ଉଠେ ଆଧ୍ୟାତ୍ମିକ ଭାବ ଗୁଣ
ମାୟା ଏ ମମତା ବନ୍ଧନ
ଲିପ୍ତରହି ସତ୍ୟ ଅନୁରାଗ ବଳେ ଲଭେ ଅଳକା ଭୁବନ ।।
ଦିବ୍ୟ ଅନୁଭବ ଉଦ୍ରେକେ ଛିନ୍ନ ହୋଇଯାଏ ମାୟା ପଟଳ
ଦିବ୍ୟ ଅନୁଭବ ଅନୁଭୁତି ବାଣ୍ଟି ଆସଇ ଅମୃତ ସକାଳ
କରିବା ନିବେଦନ ଆସ
ବିଭୁ ପଦେ ସମର୍ପିତ ଜୀବନ ମୁଁ ମାଗେ ସୁଖ, ଶାନ୍ତି,ବିଶ୍ଵ ।।
