ପ୍ରାର୍ଥନା
ପ୍ରାର୍ଥନା
ହେ ସାରଥି ପ୍ରିୟ ସଖା
ଶ୍ରୀ କୃଷ୍ଣ କେଶବ
ନିବେଦନ କରେ ମୁହିଁ
ତୃତୀୟ ପାଣ୍ଡବ ।
ମୁଁ ଅର୍ଜୁନ ସବ୍ୟସାଚୀ
ପାର୍ଥ ମୁଁ ଭରତ
ପରମାତ୍ମା ମହାପ୍ରଭୁ
ତୁମେ ଜଗନ୍ନାଥ ।
ମୁଁ ନିମିତ୍ତ ତୁମେ ଲକ୍ଷ୍ୟ
ସର୍ବ ବିଶ୍ଵ ରୂପ
ତୁମେ କର୍ମ ଭକ୍ତି ଜ୍ଞାନ
ଯୋଗୀ ମହାଯୋଗ ।
ସମର୍ପିଛି ତୁମ ପାଦେ
ମନୋରଥ ଦେହ
ତୁମ ଇଚ୍ଛା ପୂର୍ଣ୍ଣ ହେଉ
ଶୁଭାଶିଷ ଦିଅ ।
ମାର ଅବା ତାର ପ୍ରଭୁ
ଦିଅ ଗତି ମୁକ୍ତି
ଥାଉ ତୁମ ପାଦପଦ୍ମେ
ମୋ ଅଚଳା ଭକ୍ତି ।
ଶୁଭ ଶଙ୍ଖ ପଞ୍ଚଜନ୍ୟ
ପୁକାରୁ ଓଁକାର
ଗର୍ଜିଉଠୁ ମୋ ଗାଣ୍ଡୀବ
ଧନୁର ଟଙ୍କାର ।
ସତ୍ୟ ଧର୍ମ ପଥେ ଅଛି
ଯେତେ ଅନ୍ତରାୟ
ଯୁଦ୍ଧମ୍ ଦେହୀ ରାଜଧର୍ମେ
ହେଉ ପାପ କ୍ଷୟ ।
ସୁଦର୍ଶନ ଚକ୍ରଧର
ନାଥ ଅବତର
ଧର୍ମ ହେଉ ସଂସ୍ଥା ପନ
ସୁଜନେ ଉଦ୍ଧର ।
ଦିଅ ଶକ୍ତି ନ୍ୟାୟୋଚିତ
କର୍ତ୍ତବ୍ୟ ପାଳନା
ଢାଳେ ପ୍ରତି ରକ୍ତ ବିନ୍ଦୁ
କରୁଛି ପ୍ରାର୍ଥନା ।
ଖର୍ବ ହେଉ ଅହମିକା
ଅଧର୍ମ ଅନ୍ୟାୟ
ଚଉଦିଗ କମ୍ପିଉଠୁ
ଧର୍ମରାଜ ଜୟ ।
ଦ୍ଵିତୀକୃଷ୍ଣ ନାମେ ଯଦି
ଦେଲ ପରିଚୟ
ଲଭେ ଜନ୍ମ ଯୁଗେ ଯୁଗେ
ବନ୍ଧୁ ପ୍ରାଣ ପ୍ରିୟ ।
