STORYMIRROR

Bunee Tripathy

Others

3  

Bunee Tripathy

Others

ପଞ୍ଚତ୍ବପ୍ରାପ୍ତି

ପଞ୍ଚତ୍ବପ୍ରାପ୍ତି

1 min
169


ଜୀବନ ଓ ମୃତ୍ୟୁ

ସୀମାହୀନ ସରହଦ

ଅଶାନ୍ତ ପୃଥିବୀରେ

ବଳୟର ନାଗଫାଶେ

ବୁଢୀଆଣି ଜାଲରେ

ଛନ୍ଦାଛନ୍ଦି ହୋଇ

ତୁ ଆଜି ଦୋଛକିରେ

ଛିଡା ହୋଇ ହଜିଯାଉଛୁ

ମନର ଭାବନାରେ

ମଗ୍ନ ହୋଇ...

ସ୍ଥିର କରିପାରୁ ନାହୁଁ

ତୋ ପାଇଁ କେଉଁଟା ଠିକ୍

ଅବା କେଉଁଟା ଭୁଲ।


କାହିଁକି ତୁ ଆଜି

ଏତେ ଅନ୍ୟମନସ୍କ

ଜୀବନର ରାଜରାସ୍ତାରେ

ଚାଲୁଚାଲୁ ଝୁଣ୍ଟିବାକୁ ପଡେ

ଲହୁଲୁହାଣ ହୋଇ

ଘୁସୁରିଘୁସୁରି ଆଗକୁ ଯିବାବେଳେ

ସାହାଯ୍ୟର ଆଶ୍ରାରେ

ଖୋଜିବୁଲେ ଆଖି......

ହେଲେ ନିରାଶରେ

ଦୀର୍ଘଶ୍ୱାସଟା ବାହାରି ଆସେ

ତୋ ପିଞ୍ଜରା ଥରାଇ।

ମୁଖମଣ୍ଡଳରେ ନୈରାଶ୍ୟର ଛାପ

ବାରିହୋଇ ପଡୁଥିଲେ ବି

ତୁ କିନ୍ତୁ ନିର୍ଭୀକ ନିଶ୍ଚଳ

ଜୀବନ ଓ ମୃତ୍ୟୁର ଦୋଛକିରେ

ତୁ ପାଲଟି ଯାଇଛୁ ବୋଧିଦୃମ

ଅପେକ୍ଷା କରିଛୁ ସେହି ମୁହୂର୍ତ୍ତକୁ

ଯେବେ ଆସିବେ କି ସିର୍ଦ୍ଧାଥ

ବୋଧିଦୃମ ତଳେ ବସି

ପ୍ରାପ୍ତ ହେବେ ବୁଦ୍ଧତ୍ବ

ଆଉ ନିର୍ବାଣର ପଥକୁ ଦର୍ଶାଇ

ଚେତାଇ ଦେବେ ଦୋଛକିର ମହତ୍ତ୍ୱ

ଜୀବନର ସରସତା

ମୃତ୍ୟୁର ପ୍ରାପ୍ତିକୁ...

ମାର୍ଗଦର୍ଶକ ସାଜି

ନେଇଯିବେ ସେହି ସ୍ଥାନକୁ

ଯେଉଁଠି ମଣିଷ ପାଏ ପଞ୍ଚତ୍ୱପ୍ରାପ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍