STORYMIRROR

subrat kumar jena

Others

3  

subrat kumar jena

Others

ପଞ୍ଚକ ପାଞ୍ଚ ଦିନ

ପଞ୍ଚକ ପାଞ୍ଚ ଦିନ

1 min
260

କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି

ଦେବତା ହେଲେବି ମରଇ

ଅନ୍ତରାତ୍ମାକୁ ଶୁଦ୍ଧ ନକରି ବୁର୍ଥାରେ ଘାଣ୍ଟି ମକଚି କାହିଁ ହେବା

ଜୀବନେ ହଜାରେ ପାପ କରି ଗଙ୍ଗାରେ ବୁଡ଼ କାହିଁ ଦେବା

ଆଜି ତାର ଅନିଷ୍ଟ କାଲି ଆଉ କାହାର

ଯେଉଁ ମାନଙ୍କର କାମ ଏ ନିତି ଦିନର

ସେ ଯଦି ବଗ ପରି ଧର୍ମ କରିବେ

ବିଚରା ଧର୍ମ ତାଙ୍କ ଡରେ ଘର କୋଣେ ଲୁଚିବେ

ବର୍ଷକ ବାର ମାସରେ ପାଞ୍ଚ ଦିନକୁ ଦେଲେ ଛାଡି

ଅନ୍ୟ ଦିନ ଜାକ ଆଇଁଶ ପାଇଁ ପକାନ୍ତି ହୁଡ଼ି

ମଦ ଆମିଷ ଯାହାର ନିତ୍ୟ ଭୋଜନ

ସେ କେମିତି ଜାଣିବେ ପଞ୍ଚୁକର ଓଜନ

କାର୍ତିକ ମାସେ ଧର୍ମ ଲାଭ ଲାଗି

ଅବେଳେ ତାଙ୍କ ଧର୍ମ ପ୍ରୀତି ଯାଏ ଜାଗି

ମାଧବ ସେବାରେ ଦେଲେ ଆପଣା ମନ

ଆପେ ମିଳିବେ ସଭିଙ୍କୁ ସ୍ୱୟଂ ନାରାୟଣ

ପଞ୍ଚୁକ ନାମେ କାହିଁ ମାରିବା ଧର୍ମକୁ ଆଖିଠାର

ରାତ୍ରିର ଅନ୍ଧାରେ ଭିଡ଼ିବା ହୋଇ ତୋର ମୋର

ବେଳ ଥାଉ ଥାଉ ରେ ମନ ଏ ବୋଲ କର

ପଞ୍ଚକ ଭାବନା ଛାଡି ନିତ୍ୟ ସଭିଙ୍କ ସେବା କର

ତାରିବେ ନିଶ୍ଚେ ସେ ନାରାୟଣ

ଦୁନିଆରେ ସେବାହିଁ ପରମ ଧର୍ମ ଏ କଥା ଜାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍