ପଣତ କାନି
ପଣତ କାନି
ଫର ଫର ଉଡେ ପଣତ କାନି,
ତା ଦେହେ ଲୁଚିଛି କେତେ କାହାଣୀ,
ମାଁ ର ସରାଗ, ଜାୟାର ପୀରତି ,
ଭଗିନୀ ସେନେହେ ସେ ଯେ ଉଛୁଳା ତରଙ୍ଗିଣୀ ।
ପୁଅ, ଝିଅ ସବୁ ମାଁ କୋଳେ ବସି,
ଯେବେ ମାଁ ହାତ ରୁ ଖାଇ ,
ପଣତେ ମୁହଁ କୁ ଦିଅନ୍ତି ପୋଛି,
ମାଁ ର ପଣତେ ମମତାର ଫୁଲ,
ମହ ମହ ହୋଇ ଯାଏ ସେ ବାସି ।
ଜାୟାର ପଣତ ପୋଛିଦିଏ ପ୍ରିୟ ସ୍ବେଦ ବାରି,
ପ୍ରେମ ସୁଧା ସେ ତ ଯାଏ ଝରି ,
ପ୍ରୀତି ପୁଷ୍ପର ସୁଗନ୍ଧେ ତନୁ ମନ ଦିଏ ଶିହରାଇ,
ସ୍ନେହ ଡୋରିରେ ରଖି ଥାଏ ସେ ନିଜ ସଂସାର ବାନ୍ଧି ।
ଭଗିନୀ ପଣତ ଧରେ ଯେବେ ଭାଇ ,
ମନ ରେ ସେନେହ ଯାଏ ଯେ ଭରି ,
ଦମ୍ଭିଲା ମନରେ ଭଉଣୀ ଭାବଇ,
ଭାଇ ତାର ଯେ ସାହା ଭରସା ତା ପାଇଁ ।
ଜନନୀ, ଜାୟା, ଭଗିନୀ ରୂପ ଧରି ,
ସ୍ତ୍ରୀ ଆସେ ଏ ଧରା ରେ ଅବତରି,
ସର୍ବଂସହା , ଧୈର୍ଯ୍ଯ ରୂପିଣୀ ସ୍ତ୍ରୀ ,
ନିଜ ଅଂଚଳରେ ବାନ୍ଧିଥାଏ ସଂସାର ତାହାରି,
ପଣତେ ବନ୍ଧା ତା କେତେ କାହାଣୀ ,
ହସର କଥା , ଲୁହର କାହାଣୀ,
ସବୁ ଲେଖା ଯୋଖା ପଣତେ ବାନ୍ଧି,
ସ୍ତ୍ରୀ କହି ଯାଏ ତା କାହାଣୀ ।
