Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2  

Prafulla Chandra Mishra

Others

ପଙ୍କଜିନୀ ଜୀବ ବନ୍ଧୁ

ପଙ୍କଜିନୀ ଜୀବ ବନ୍ଧୁ

1 min
392


• ପଙ୍କଜିନୀ ଜୀବ ବନ୍ଧୁ (ସୂର୍ଯ୍ୟ) ।

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ନମୋନମ ପ୍ରଭାକର ସୂର୍ଯ୍ୟ ନାରାୟଣ

• ମହା ତିମିର ନାଶକ ଜଗତ ଜୀବନ ହେ ।।

• ଛାୟାକାନ୍ତ ହେ ଆଦିତ୍ୟ ଶପ୍ତାସ୍ଵ ବାହାନ

• ରଥେ ରଥୀ ମହାଜ୍ଵତି ଜଗତ ଜୀବନ ହେ ।।

• ସକଳ ଶକ୍ତି ଆଧାର ସର୍ବଶକ୍ତି ମାନ

• ପଙ୍କଜିନୀ ଜୀବ ବନ୍ଧୁ ଜଗତ ଜୀବନ ହେ ।।

• ତରୁଣ ଆଲୋକ ତବ କିରଣ ଅରୁଣ

• ପରସେ ପ୍ରକୃତି ଜାଗେ ନବ ଜାଗରଣ ହେ ।।

• ମାର୍ତ୍ତଣ୍ଡ ରୂପରେ ମହାରୁଦ୍ର ନାରାୟଣ

• ପ୍ରସାରିତ କରିଥାଅ ପ୍ରଖର କିରଣ ହେ ।।

• ସର୍ବ ପାପ ଧ୍ଵଂସ କାରି ଜଗତ୍ ଚକ୍ଷୁ ସମ

• ଯୁଗ ଯୁଗାନ୍ତ ବିଭାସ ରଚି ରାତି ଦିନ ହେ ।।

• ବଳବୀର୍ଯ୍ୟ ରଶ୍ମି ତେଜ କୁହୁକ ଅଞ୍ଜନ

• ପରସି ଦିଅ ଧରାରେ ପ୍ରଭୁ ବିରୋଚନ ହେ ।।

• ତୁମେ ସତ୍ୟ ତୁମେ ନିତ୍ୟ ତୁମେ ଚିରନ୍ତନ

• ତବ ପାବନ ପୟରେ ପ୍ରଫୁଲ୍ଲ ଶରଣ

• ଯୋଡ ହସ୍ତେ ନମସ୍କାର ନମାମି ତପନ ହେ, ନମୋ ନମଃ…।।






Rate this content
Log in