ପଲ୍ଲୀବଧୁ
ପଲ୍ଲୀବଧୁ
କବି କଳ୍ପନାର କାବ୍ୟନାୟିକା ସେ ପଲ୍ଲୀବଧୁ ,
ହଜିଗଲା କାହିଁ ସମୟସ୍ରୋତରେ ମିଳେନା
ଉଦୟସୂର୍ଯ୍ୟର ରକ୍ତାଭ କିରଣେ ସଜାଇ ସିନ୍ଥୀ ,
ଧୀରପଦପାତେ ନଦୀ ଘାଟୁ ଆସେ ଅବଗାହିଟୀ।
ଲଜ୍ୟାରୁଣମୁଖ ଅବନତ ତାର ସେ ପଲ୍ଲୀବାଳା ,
ମଳିନଅନ୍ଧାରୁ ଉକୁଟି ଉଠେ ତା ମୁଖରଶୋଭା ।
ଅବଗୁଣ୍ଠନେ ଢାଙ୍କିଥାଏ ତାର ରୁପସଂମ୍ଭାର ,
ସମ୍ନାନ ଦିଏ ସେ ଗୁରୁଜନଙ୍କୁସେ ଏହି ପ୍ରକାର ।
ମଙ୍ଗଳ ମନାସି ଗ୍ରାମଦେବତୀଙ୍କ ପୀଠଖରକୀ , ସମର୍ପିଦିଏ ତା ସୁଖଦୁଃଖ ଯେତେ ଅନ୍ୟପାଇଁକି ।
ପିତାମାତାଘର ସଖାସହୋଦର ତେଜି ଜନମମାଟି ,
ପରକୁ ଆପଣା କରିଦିଏ ସ୍ନେହସୋହାଗ ବାଣ୍ଟି ।
ନିରଳସ ମନ, ସ୍ଵଚ୍ଛ ହ୍ରୁଦୟେ ସେବା ପରଶି ,
ପରସ୍ପର ସ୍ନେହ ମମତା ଡୋରିରେ ସଂମ୍ପର୍କ ବାନ୍ଧି।
କାହିଁ ସେଦିନର ସେକୁଳବଧୁର ସୁନ୍ଦରଗୄହ ,
ଭାଙ୍ଗିଯାଇଅଛି ଏବେ ପରା ସେଇ ବୈକୁଣ୍ଠପୁର।
ସଂସ୍କୃତି, ସଂସ୍କାର, ପରମ୍ପରା ସବୁ ଭୁଲିସହଜେ
ଆଦରି ନିଅନ୍ତି ଅନ୍ୟର ସଂସ୍କୃତି ଅତି ବେଗେସେ
ସହରୀ ଜୀବନ ଭରିଛି ମନରେ ସ୍ୱାର୍ଥସର୍ବସ୍ବ ,
ମୋ ସ୍ୱାମୀ ,ଆଉସଂନ୍ତାନଙ୍କୁ ନେଇ ସଭିଏଁବ୍ୟସ୍ତ୍ ।
ସମୟର ସ୍ରୋତେ ହଜି ଯାଇଛି ସେ ସମ୍ପର୍କ ମଧୁ,
କରିଥିଲା ଯିଏ ଘରକୁ ସୁନ୍ଦର ସେ ପଲ୍ଲୀଵଧୁ ।
ଝୁରେ ନଦୀକୂଳ, ଝୁରେ ଗାଁମାଟି ,ଘାସଗାଲିଚା ,
ଆସିବନି ଆଉ କବି କଳ୍ପନାର କାବ୍ୟନାୟିକା ।
